ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ

ଭୁବନେଶ୍ଵର ୧୭।୦୧: ପଞ୍ଚାୟତ ନିର୍ବାଚନ ପାଇଁ ଏବେ ରାଜଧାନୀଠୁ ନେଇ ଗାଁ ଗଣ୍ଡାରେ ରାଜନୀତି ସରଗରମ। କେଉଁ ଦଳରୁ କିଏ ପ୍ରାର୍ଥୀ ହେବ, କାହାକୁ ପ୍ରାର୍ଥୀ କରାଯିବ ତାକୁ ନେଇ ଚାରିଆଡରେ ଚର୍ଚ୍ଚା। ତ୍ରିସ୍ତରୀୟ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ନିଜର ସ୍ଥିତି ଦୃଢ କରିବା ସହିତ ଅଧିକରୁ ଅଧିକ ସିଟ୍ ଜିତିବାକୁ ବିଜେଡି, ବିଜେପି ଏବଂ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଛନ୍ତି। ଏହି କ୍ରମରେ କଂଗ୍ରେସ ନିର୍ବାଚନ କମିଟି ଗଠନ କରିଛି। ବରିଷ୍ଠ ନେତା ତଥା ବିଧାୟକ ନରସିଂହ ମିଶ୍ରଙ୍କୁ କମିଟିର ଅଧ୍ୟକ୍ଷ କରାଯାଇଛି।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏବଂ ପୌର ନିର୍ବାଚନକୁ ଆଖି ଆଗରେ ରଖି ୧୮ ଜଣିଆ ନିର୍ବାଚନ ପରିଚାଳନା କମିଟି ଗଠନ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। କମିଟି ଉଭୟ ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ଏବଂ ପରିଚାଳନା କରିବ। ନରସିଂହ ମିଶ୍ରଙ୍କୁ କମିଟିର ଅଧ୍ୟକ୍ଷ  କରାଯାଇଥିବା ବେଳେ ଯଜ୍ଞେଶ୍ଵର  ବାବୁଙ୍କୁ ଆବାହକ ଭାବେ ନିଯୁକ୍ତ କରାଯାଇଛି। କମିଟିରେ ଚିରଞ୍ଜୀବ ବିଶ୍ଵାଳ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଶରତ ପଟ୍ଟନାୟକ, ପଞ୍ଚାନନ କାନୁନଗୋ, ସୁର ରାଉତରାୟ, ତାରା ବାହିନୀପତି, ମହମ୍ମଦ ମୋକିମ, ସପ୍ତଗିରି ଉଲାକା, ସନ୍ତୋଷ ସିଂହ ସାଲୁଜା କମିଟିରେ ସଦସ୍ୟ ଅଛନ୍ତି।

Spread the love