ପୁଲଓ୍ୱାମା ଘଟଣାପରେ ମୋଦି ଉପାସ ଥିଲେ !
ଗତ ଫେବୃୟାରୀ 14 ତାରିଖରେ ପୁଲଓ୍ବାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ 40 ଯବାନ ସହିଦ ହୋଇଥିଲେ । ଏହି ଘଟଣା ସାରା ଦେଶବାସୀଙ୍କୁ ମର୍ମାହତ କରିଥିଲା । ଆକ୍ରମଣପରେ ପାକିସ୍ତାନ ଉପରେ ପ୍ରତିଆକ୍ରମଣ ପାଇଁ ସାରା ଦେଶ ସରକାରଙ୍କ ଉପରେ ଦବାବ ପକାଇଥିଲେ । ଜାତିଧର୍ମ ନିର୍ବିଶେଷରେ ସମସ୍ତେ ଏକ ହୋଇଥିଲେ ।
ରାଜନୀତିକୁ ଭୁଲି ସମସ୍ତେ ଏକ ହୋଇଥିଲେ । 40 ଜଣ ଯବାନଙ୍କ ସହିଦର ଦୁଃଖ ସରକାରଙ୍କ ପାଇଁ ସବୁଠୁ ବଡ କଷ୍ଟଦାୟକ ଥିଲା । ଏହି ଦୁଃଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ଖାଇନଥିବା ସରକାରୀ ସୂତ୍ରୁରୁ ପ୍ରକାଶ ପାଇଛି । ପ୍ରକାଶ ଯେ, 14 ତାରିଖ ସକାଳ 7.15ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରୁ ଡେରାଡୁନ ଗସ୍ତକରିଥିଲେ ।
ସେଠାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଥିଲେ । ସେଗୁଡିକ ମଧ୍ୟରେ ଥିଲା ଇକୋ- ଟ୍ୟୁରିଜିମ, ଟାଇଗର ସଫାରୀ ଇତ୍ୟାଦି । ଏହାପରେ ସେ ଜାତୀୟ ପ୍ରତିରକ୍ଷା ଆଡଭାଇଜର ଅଜିତ ଡୋଭାଲଙ୍କ ସହ କଥାବର୍ତ୍ତା କରିଥିଲେ ।