୨୦୨୪ରେ ନିର୍ବାଚନ ଲଢ଼ିବେନି ନରସିଂହ

ବଲାଙ୍ଗୀର : ବୟସାଧିକ୍ୟ କାରଣରୁ ଆଗାମୀ ୨୦୨୪ ନିର୍ବାଚନ ଲଢ଼ିବେ ନାହିଁ ବୋଲି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର କହିଛନ୍ତି। ସାମ୍ବାଦିକମାନଙ୍କ ସହ ସ୍ଥାନୀୟ ସର୍କିଟ ହାଉସ୍‌ଠାରେ ଆଲୋଚନା ସମୟରେ ଶ୍ରୀ ମିଶ୍ର କହିଛନ୍ତି, ‘ମୋତେ ଏବେ ୮୩ ବର୍ଷ ହେଲାଣି। ୨୦୨୪ ବେଳକୁ ମୋର ବୟସ ୮୪ ହେବ। ୮୪ ବର୍ଷରେ ଯଦି ନିର୍ବାଚନ ଲଢ଼ିବି ଲୋକଙ୍କୁ ଉଚିତ ନ୍ୟାୟ ଦେଇ ହେବନାହିଁ। ଲୋକଙ୍କ ପାଇଁ କାମ କରିବାକୁ ବହୁ ଧାଁଧପଡ଼ କରିବାକୁ ପଡୁଛି। ଆଉ ବୟସ ବଢ଼ିଲେ ସେତିକି ଯିବାଆସିବା କରିହେବ ନାହିଁ। ଲୋକ ପ୍ରତିନିଧି ହୋଇ ଲୋକଙ୍କ କାମ କରିନପାରିଲେ ଲାଭ କ’ଣ?’ ‘୨୦୧୯ ନିର୍ବାଚନରେ ବି ଛିଡ଼ା ହେବିନି ବୋଲି ମନା କରୁଥିଲି। କିନ୍ତୁ, ଲୋକ ଓ ଦଳ ନିର୍ବାଚନରେ ଓହ୍ଲାଇବାକୁ ବାଧ୍ୟ କରିଥିଲେ। ଏଣୁ ୨୦୧୯ ନିର୍ବାଚନରେ ଛିଡ଼ା ହୋଇଥିଲି।’ ୨୦୨୪ ନିର୍ବାଚନରେ ଲୋକମାନେ ପୁଣି ଛିଡ଼ା ହେବାକୁ କହିଲେ, ଏଥର ବୟସକୁ ଦେଖାଇ ବୁଝାଇ ହେବ। ଦଳ ଯଦି ବାଧ୍ୟ କରିବ ତା’ହେଲେ ଦଳ ଛାଡ଼ିବାକୁ ପଡ଼ିବ ବୋଲି ସେ କହିଛନ୍ତି।

Spread the love