୧୨ଜୁଲାଇ ୨୦୩୮ରେ ହେବ ମହାପ୍ରଳୟ ! ରିପୋର୍ଟ

ଆମେରିକାର ସ୍ପେସ ଏଜେନ୍ସି ନାସାର ଏକ ରିପୋର୍ଟକୁ ନେଇ ଏବେ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି । ୧୪ ବର୍ଷ ପରେ ପୃଥିବୀ ପାଇଁ ଏକ ବଡ଼ ବିପଦ ଆସିବ ବୋଲି କହୁଛି ନାସା । ୨୦୩୮ ମସିହା ଜୁଲାଇ ୧୨ ତାରିଖରେ ପଥିବୀକୁ ଧକ୍କା ଦେବ ଏକ ଷ୍ଟେରୋଏଡ । ଏହି ବିଶାଳକାୟ ଷ୍ଟେରୋଏଡ ଏବଂ ପୃଥିବୀ ମଧ୍ୟରେ ଧକ୍କା ହେବାର ସମ୍ଭାବନା ୭୨% ରହିଥିବା ନାସା ସୂଚନା ଦେଇଛି । ତେବେ ନାସାର ଏହି ରିପୋର୍ଟ ପରେ ପୃଥିବୀରେ ପ୍ରଳୟ ଆସିପାରେ ବୋଲି ଲୋକଙ୍କ ମନରେ ଭୟ ବସା ବାନ୍ଧିଛି। ଆସନ୍ତା ୧୪ ବର୍ଷ ପରେ ଅର୍ଥାତ୍ ୨୦୩୮ ମସିହାରେ ଏକ ଅଜଣା କ୍ଷୁଦ୍ରଗ୍ରହ ବା ଷ୍ଟେରୋଏଡ ପୃଥିବୀକୁ ଧକ୍କା ଦେଇପାରେ । ନାସାର ଏହି ରିପୋର୍ଟ ଅନୁସାରେ, ଏପ୍ରିଲରେ ପଞ୍ଚମ ପ୍ଲାନେଟୋରୀ ଡିଫେନ୍ସ ଇଣ୍ଟରଏଜେନ୍ସି ଟେବଲଟପ୍ ପ୍ରାକ୍ଟିସ କରିଥିଲା । ଜୁନ୍ ୨୦ ତାରିଖରେ ନାସା ଜନ୍ସ ହାପକିନ୍ସ ଆପ୍ଲାଏଡ ଫିଜିକ୍ସ ଲାବୋରେଟୋରୀରେ ହୋଇଥିବା ଏହି ରିହର୍ସଲ ବିଷୟରେ କୁହାଯାଇଛି । ଏହି ଅଭ୍ୟାସ ହୋଇଥିବା ବେଳେ ନାସା ବ୍ୟତୀତ ବିଭିନ୍ନ ଆମେରିକୀୟ ସରକାରୀ ଏଜେନ୍ସି ଏବଂ ଅନ୍ତର୍ଜାତୀୟ ସ୍ତରରେ ମୋଟ ୧୦୦ ଜଣ ବିଶେଷଜ୍ଞ ସାମିଲ ରହିଥିଲେ ।ଟେବଲଟପ୍ ପ୍ରାକ୍ଟିସରୁ ଯେ, ଅଭ୍ୟାସ ସମୟରେ ଅଂଶଗ୍ରହଣକାରୀମାନେ ଏକ କାଳ୍ପନିକ ଦୃଶ୍ୟ ପାଇଁ ନିଆରା ପରିବେଶ ସୃଷ୍ଟି କରିଥିଲେ । ଏଥିରେ ଏକ ସମ୍ପୂର୍ଣ୍ଣ ନୂଆ ଷ୍ଟେରୋଏଡ୍ ଚିହ୍ନଟ କରାଯାଇଛି । ଏ ନେଇ ହୋଇଥିବା ଏକ ପ୍ରାଥମିକ ଗଣନା ଅନୁଯାୟୀ, ପ୍ରାୟ ୧୪ ବର୍ଷ ପରେ ଅର୍ଥାତ୍ ୧୨ ଜୁଲାଇ ୨୦୩୮ ତାରିଖ ମଧ୍ୟରେ ଏହା ପୃଥିବୀ ସହ ଧକ୍କା ହେବ। ତେବେ ଏହାର ଆକାର କେତେ ବଡ ହେବ, ଏହାର ରଚନା ଏବଂ ଦୀର୍ଘକାଳୀନ ଗତିପଥ କ’ଣ ହେବ ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ରିପୋର୍ଟରେ କୁହାଯାଇଛି ଯେ, ଏଭଳି ବିପଦର ସମ୍ମୁଖୀନ ହେବାକୁ ପୃଥିବୀର କ୍ଷମତା ପରୀକ୍ଷା କରିବା ପାଇଁ ଏହି ଟେଷ୍ଟ କରାଯାଇଥିଲା ।

Spread the love