Met Gala ୨୦୨୨ରେ ଏମିତି ନଜର ଆସିଲେ ନତାଶା ପୁନାଓ୍ୱାଲା, ସବ୍ୟସାଚ୍ଚୀଙ୍କ ଡିଜାଇନର ଶାଢୀ ସହ ପିନ୍ଧିଲେ ମେଟାଲ ବ୍ଲାଉଜ, ଫଟୋ ଭାଇରାଲ୍..

ନୂଆଦିଲ୍ଲୀ ୦୩/୦୫: ମେଟ୍ ଗାଲା ୨୦୨୨ । ଫ୍ୟାଶନ ଦୁନିଆର ସବୁଠୁ ବଡ ଇଭେଣ୍ଟ । ଏଠାରେ ଦେଖିବାକୁ ମିଳିଥାଏ ବିଶ୍ୱର ସେଲିବ୍ରିଟିମାନଙ୍କ କୌତୁକିଆ ପୋଷାକ ପରିଧାନ । ଏହାକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ ହୋଇଥାଏ । ତେବେ ଏହି ମେଟ ଗାଲାରେ ଟିକେ ହଟକେ ଅନ୍ଦାଜରେ ନଜର ଆସିଥିଲେ ସମାଜସେବୀ ନତାଶା ପୁନାୱାଲା । ଚଳିତ ବର୍ଷ ତାଙ୍କ ଡ୍ରେସିଂ ଷ୍ଟାଇଲ ସମସ୍ତଙ୍କୁ ଚକିତ କରି ରଖିଦେଇଛି ।

ନତାଶା ପୁଲାଓ୍ୱାଲାଙ୍କ ଏହି ବହୁ ଚର୍ଚ୍ଚିତ ଆଉଟଫିଟକୁ ଡିଜାଇନ କରିଥିଲେ ନାମିଦାମୀ ଡିଜାଇନର ସବ୍ୟସାଚ୍ଚୀ ମୁଖାର୍ଜୀ । ମେଗା ଇଭେଣ୍ଟ ପାଇଁ ସବ୍ୟସାଚ୍ଚୀ ଡିଜାଇନର ଶାଢୀକୁ ଚୟନ କରିଥିଲେ ନତାଶା । ଯେଉଁଥିରେ ଗ୍ଲୋଇଡ ଗ୍ଲାମକୁ ଯୋଡିଥିଲେ ନତାଶା । ଆଉ ଶାଢୀଟି ଥିଲା ଅତ୍ୟନ୍ତ ଆକର୍ଷଣୀୟ । ଲମ୍ୱା କାନୀ ବିଶିଷ୍ଟ ଏହି ଶାଢୀରେ ହୋଇଥିବା କାରୁକାର୍ଯ୍ୟ ଥିଲା ଅତ୍ୟନ୍ତ ଆକର୍ଷଣୀୟ ।

ତେବେ ଶାଢୀ ସହ ମ୍ୟାଚ ହୋଇଥିବା ବ୍ଲାଉଜ୍ ଥିଲା ଚମକାଇଦେଲା ଭଳି । କାରଣ ଏହି ବ୍ଲାଉଜଟି ସଂପୂର୍ଣ୍ଣ ମେଟାଲ ରୂପେରେ ନିର୍ମିତ ହୋଇଥିଲା । ମେଟ ଗାଲା ଲୁକ୍ ସହିତ ସମ୍ପୂର୍ଣ୍ଣ ଡ୍ରାମାଟିକ୍ ହୋଇଥିଲେ ନାତାଶା । କାରଣ ବ୍ଲାଉଜରେ ସାବ୍ୟସାଚୀଙ୍କ ସୂକ୍ଷ୍ମ ଅଳଙ୍କାର ମଧ୍ୟରୁ ବହୁମୂଲ୍ୟ ଅଳଙ୍କାର ଯେମିତିକି ମୋତି ଏବଂ କ୍ରିଷ୍ଟାଲ ଓ୍ୱାର୍କ ରହିଥିଲା ସେଥିରେ ।

ସବ୍ୟସାଚ୍ଚୀ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ନତାଶାଙ୍କ ଏହି ଚିତ୍ର ସେୟାର କରିଛନ୍ତି । ଏହା ସହିତ ଏକ ଲମ୍ବା ନୋଟରେ ନାତାଶାଙ୍କ ଲୁକ୍ସକୁ ବର୍ଣ୍ଣନା କରିଛନ୍ତି । ସେ ଲେଖିଛନ୍ତି ୨୦୨୨ ମେଟ ଗାଲା ପାଇଁ, ଥିବା ଥିମ୍ ‘ଇନ୍ ଆମେରିକାରେ: ଏକ ଆନ୍ଥୋଲୋଜି ଅଫ୍ ଫ୍ୟାଶନ୍’ରେ ନତାଶା ପୁନାୱାଲାଙ୍କର ଏକ ଭାରତୀୟ ଲୁକ୍ ସହିତ ଡ୍ରେସ୍ କୋଡ୍ କରିବାର ଥିଲା ।

ଯାହା ସଂସ୍କୃତିକୁ ପ୍ରତିଫଳିତ କରିବାର ଦରକାର ଥିଲା । ସବ୍ୟସାଚ୍ଚୀ ମୁଖାର୍ଜୀ ମଧ୍ୟ ଜଣେ ଡିଜାଇନର୍ ଭାବରେ ସେ କିପରି ଭାବରେ ତାଙ୍କର ଡିଜାଇନକୁ ମେଟ ଗାଲା ପରି ବିଶ୍ୱସ୍ତରୀୟ ଇଭେଣ୍ଟରେ ପହଞ୍ଚାଇବାକୁ ଚାହୁଁଥିଲେ ତାହା ବାଣ୍ଟିଥିଲେ ।

Spread the love