ଦ୍ରୌପଦୀ ମୁର୍ମୁଙ୍କ ନୂଆ ରେକର୍ଡ, ମାତ୍ର ୧୦ ଦିନରେ ଫେସବୁକରେ ଫଲୋ କଲେ ୬ ମିଲିୟନ୍ ୟୁଜର୍ସ

ରାଷ୍ଟ୍ରପତି ହେବା ପରେ ରେକର୍ଡ କଲେ ମାଡାମ୍ ଦ୍ରୌପଦୀ ମୁର୍ମୁ। ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ତାଙ୍କୁ ନେଇ ଚାଲିଛି ଏବେ ଚର୍ଚ୍ଚା। କେବଳ ଓଡିଶାରେ ନୁହେଁ ସାରା ଦେଶରେ ଚାଲିଛି ନୂଆ ରାଷ୍ଟ୍ରପତି ଭାବେ ଶପଥ ନେଇଥିବା ଦ୍ରୌପଦୀ ମୁର୍ମୁଙ୍କ କଥା। ଜଣେ ଆଦିବାସୀ ମୁଲକରୁ ଆସି ରାଇସେନା ହିଲରେ ବସି ମହାମହିମ ସୌଭାଗ୍ୟ ଅର୍ଜନ କରିଛନ୍ତି ଦ୍ରୌପଦୀ। ରାଷ୍ଟ୍ରପତି ହେବାର ସେ ହେଉଛନ୍ତି ଦେଶର ପ୍ରଥମ ଆଦିବାସୀ ମହିଳା। ତେବେ ଏସବୁ ଭିତରେ ସୋସିଆଲ ମିଡିଆ ଫେସବୁକରେ ବର୍ତ୍ତମାନ ରେକର୍ଡ କରିଛନ୍ତି ଦ୍ରୌପଦୀ ମୁର୍ମୁ। ପପୁଲାର ସୋସିଆଲ ମିଡିଆ ଆକାଉଣ୍ଟ ଫେସବୁୁକରେ ସେ କରିଛନ୍ତି ବିରଳ ରେକର୍ଡ। ଫେସବୁକ ଆକାଉଣ୍ଟ ଖୋଲିବାର ମାତ୍ର ୧୦ ଦିନରେ ଦ୍ରୌପଦୀଙ୍କ ଫଲୋଅର୍ସ ସଂଖ୍ୟା ୬ ମିଲିୟନ୍‌ ଟପିଛି। ସୂଚନା ମୁତାବକ ଯେଉଁଦିନ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଶପଥ ନେଲେ ସେହିଦିନ ପ୍ରେସିଡେଣ୍ଡ ଅଫ୍‌ ଇଣ୍ଡିଆ ନାଁରେ ଏହି ଫେସବୁକ ଆକାଉଣ୍ଟ ଖୋଲିଥିଲେ ବୋଲି କୁହାଯାଉଛି।

ଜୁଲାଇ ୨୫ ତାରିଖ ସୋମବାର ସକାଳ ୧୦ଟା ୧୫ ମିନିଟରେ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ ଦ୍ରୌପଦୀ ମୁର୍ମୁ। ଆଉ ଏହାର ମାତ୍ର ୨୨ ମିନିଟ ମଧ୍ୟରେ ତାଙ୍କର ଫେସବୁକ ଆକାଉଣ୍ଟ ଖୋଲାଯାଇଥିଲା। ସକାଳ ୧୦ଟା ୩୭ରେ ପ୍ରଥମ ପ୍ରୋଫାଇଲ ଫଟୋ ଅପଡେଟ ହୋଇଥିଲା। ଆଉ ଆଜିକୁ ଠିକ ୧୦ ଦିନ ତଳେ ଖୋଲାଯାଇଥିବା ଦ୍ରୌପଦୀ ମୁର୍ମୁଙ୍କ ଫେସବୁକକୁ ୬ ମିଲିୟନ୍‌ ଲୋକ ଫଲୋ କରିସାରିଲେଣି।

ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ସରିବା ସୁଦ୍ଧା ତାଙ୍କ ଫଲୋଅର୍ସ ସଂଖ୍ୟା ୯.୫ ମିଲିୟନରେ ପହଁଚିଥିଲା।

Spread the love