ଏଣ୍ଟିଲିୟା ବିସ୍ଫୋଟକ ମାମଲାରେ ପୂର୍ବ ଏନକାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମା ଗିରଫ

ମୁମ୍ବାଇ: ଏଣ୍ଟିଲିୟା ସାମ୍ନାରେ ବାହନରେ ବିସ୍ଫୋଟକ ରଖିବା ଓ ବ୍ୟବସାୟୀ ମନସୁଖ ହିରେନଙ୍କ ମୃତ୍ୟୁ ମାମଲାରେ ପୂର୍ବ ଏନକାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମାଙ୍କୁ ମୁମ୍ବାଇ ପୁଲିସ ଆଜି ଗିରଫ କରିଛି। ପରେ ତାଙ୍କୁ କୋର୍ଟରେ ହାଜିର କରାଯାଇଛି। ଅଦାଲତ ଜୁନ ୨୮ ପର୍ୟ୍ୟନ୍ତ ପ୍ରଦୀପଙ୍କୁ ଏନଆଇଏ ହେପାଜତକୁ ପଠାଇ ଦେଇଛି। ପ୍ରଦୀପ ପୁଲିସ ବିଭାଗର ପଞ୍ଚମ ବ୍ୟକ୍ତି ଯାହାକୁ ଏହି ମାମଲାରେ ଗିରଫ କରାଯାଇଛି।ବ୍ୟବସାୟୀ ମନସୁଖ ହିରେନଙ୍କ ହତ୍ୟାକଣ୍ଡରେ ପ୍ରଦୀପ ଶର୍ମା ମାଷ୍ଟରମାଇଣ୍ଡ ବୋଲି ଏନଆଇଏ ଦାବି କରିଛି। ଏହାସହ ପ୍ରମାଣ ନଷ୍ଟ କରିବା ଓ ଷଡ଼ଯନ୍ତ୍ରରେ ସାମିଲ ହେବା ନେଇ ମଧ୍ୟ ପ୍ରଦୀପଙ୍କ ଉପରେ ଆରୋପ ଲଗାଇଛି।
Spread the love