ଜାତୀୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ

1999 ମହାବାତ୍ୟାର ଦିନକୁ ପ୍ରତିବର୍ଷ ଜାତୀୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଭାବେ ପାଳନ କରାଯାଇଥାଏ । ଆଜି ଭୁବନେଶ୍ୱର ରେ ପାଳିତ ହେଉଥିବା ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ କହିଛନ୍ତି, ” ଓଡ଼ିଶା ବିପର୍ଯ୍ୟୟ ମୁକାବିଲାରେ ବିଶ୍ୱପାଇଁ ବେଞ୍ଚମାର୍କ ପାଲଟିଛି ” । ଏହି କାର୍ଯ୍ୟକ୍ରମରେ ଏବର୍ଷର ପ୍ରସଙ୍ଗ ଥିଲା “ବିପର୍ଯ୍ୟୟ ପ୍ରତିରୋଧ ନିମନ୍ତେ ଗୋଷ୍ଠୀ ସଶକ୍ତିକରଣ” । ମହାବାତ୍ୟାରେ ଅନେକ ଜୀବନ ହରାଇବା ପରେ ଗଞ୍ଜାମ, ପୁରୀ  ଓ ଅନ୍ୟ ଉପକୂଳବର୍ତୀ ଜିଲ୍ଲାରେ ବାତ୍ୟା ନିରୋଧୀ ପକ୍କାଘର ନିର୍ମାଣ କରାଯାଇଛି । ଯାହାଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଧନ ଜୀବନର ସୁରକ୍ଷା କରାଯାଇ ପାରୁଛି । ସେହିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ 3 ଲକ୍ଷ ବାତ୍ୟା ନିରୋଧୀ ପକ୍କାଘର ଓଡ଼ିଶାରେ ହେବ । ପ୍ରାଥମିକ ପର୍ଯ୍ୟାୟରେ ପୁରୀ ଓ ଖୋର୍ଦ୍ଧାରେ ପକ୍କାଘର ହେବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

Spread the love