ସମ୍ ହସ୍ପିଟାଲ୍ରେ ‘ଜାତୀୟ ଫୋରେନ୍ସିକ୍ ମେଡିସିନ୍ ଡେ’ ପାଳିତ
ଭୁବନେଶ୍ୱର,୧୫/୦୫: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ‘ଜାତୀୟ ଫୋରେନ୍ସିକ୍ ମେଡିସିନ୍ ଡେ’ ପାଳିତ ହୋଇଯାଇଛି। ଶୁକ୍ରବାର ଏକ ନିରନ୍ତର ମେଡିକାଲ୍ ଏଜୁକେସନ୍ (ସିଏମ୍ଇ) କାର୍ଯ୍ୟକ୍ରମରେ ଫୋରେନ୍ସିକ୍ ମେଡିସିନ୍ ସାଧାରଣ ଲୋକଙ୍କ ସାହାଯ୍ୟରେ ଆସିବା ଉପରେ ଆଲୋଚନା କରାଯାଇଥିଲା। ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଏଫ୍ଏମ୍ ଆଣ୍ଡ ଟି ବିଭାଗ ଦ୍ୱାରା ଆୟୋଜିତ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମରେ “ମଲ୍ଟିଡାଇମେନ୍ସେନାଲ୍ ଆସ୍ପେକ୍ଟସ ଅଫ୍ ପ୍ରି-କନ୍ସେପ୍ଟ ଏବଂ ପ୍ରି-ନାଟାଲ୍ ଡାଇଗ୍ନୋଷ୍ଟିକ୍ ଟେକ୍ନିକ୍ସ” (ପିସି ଆଣ୍ଡ ପିଏନ୍ଡିଟି-ଆକ୍ଟ) ବିଷୟରେ ଡାକ୍ତରୀ ଛାତ୍ରଛାତୀମାନଙ୍କୁ ପରାମର୍ଶ ଦିଆଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ଡାକ୍ତରୀ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶକ (ଡିଏମ୍ଇଟି) ପ୍ରଫେସର (ଡାକ୍ତର) ସଚ୍ଚିଦାନନ୍ଦ ମହାନ୍ତି ମୁଖ୍ୟ ଅତିଥି ଓ ଅତିରିକ୍ତ ଡିଏମ୍ଇଟି ପ୍ରଫେସର (ଡାକ୍ତର) ବ୍ରଜ କିଶୋର ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ଏହି ଅବସରରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଓ ଏଫ୍ଏମ୍ ଆଣ୍ଡ ଟି ବିଭାଗ ମୁଖ୍ୟ ପ୍ରଫେସର (ଡାକ୍ତର) କୁନାଳ ମିଶ୍ର ପ୍ରମୁଖ ପିସି ଆଣ୍ଡ ପିଏନ୍ଡିଟି-ଆକ୍ଟ ଉପରେ ମତ ରଖିଥିଲେ ।
ଏହି କାର୍ଯ୍ୟକ୍ରମରେ ଡାକ୍ତର ପୁରବୀ ମହାନ୍ତି ପିସି ଆଣ୍ଡ ପିଏନ୍ଡିଟି-ଆକ୍ଟ ଅଧିନିୟମ ଉପରେ ପ୍ରାରମ୍ଭିକ ଆଲୋଚନା ଉପସ୍ଥାପନା କରିଥିଲେ । ସେହିପରି ଡାକ୍ତର ରଚିତା ପ୍ରଭାଲିନା ସ୍ତ୍ରୀ ଓ ପ୍ରସୂତି ଏବଂ ପିସି ଆଣ୍ଡ ପିଏନ୍ଡିଟି-ଆକ୍ଟ ସମ୍ବନ୍ଧରେ ମତ ରଖିଥିଲେ ।
ଏହି କାର୍ଯ୍ୟକ୍ରମରେ ଏଫ୍ଏମ୍ ଆଣ୍ଡ ଟି ବିଭାଗର ଡାକ୍ତର ପ୍ରୀତମ କୁମାର ଲେଙ୍କା, ଡାକ୍ତର ବିକାଶ ଚନ୍ଦ୍ର ନାୟକ, ରେଡିଓଡାଇଗ୍ନୋସିସ୍ ବିଭାଗର ଡାକ୍ତର ଆଦ୍ୟ କିଙ୍କର ପଣ୍ଡା, ଶିଶୁ ବିଭାଗ ଡାକ୍ତର ଜେ. ବିକ୍ରାନ୍ତ କୁମାର ପୃଷ୍ଟି ଓ ମାନସିକ ରୋଗ ବିଭାଗର ଡାକ୍ତର ରାକେଶ ମହାନ୍ତି ପ୍ରମୁଖ ଭାଗ ନେଇଥିଲେ। ଡାକ୍ତର ମୋହନ କୁମାର ହାଂସଦା ଧନ୍ୟବାଦ ଅର୍ପଣ କରିଥିଲେ ।