ସୋଆରେ ଆରମ୍ଭ ହେଲା ଜାତୀୟ କିକ୍‌ବକ୍ସିଂ ଚାମ୍ପିଅନ୍‌ସିପ୍‌

ଭୁବନେଶ୍ୱର, ୩୦/୧୨: ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିସରରେ ୨୭ ତମ ଇଣ୍ଡିଆନ ଆସୋସିଏସନ୍ ଅଫ୍ କିକ୍‌ବକ୍ସିଂ ଅରଗାନାଇଜେସନ୍ସ (ଆଇଏକେଓ) ଜାତୀୟ କିକ୍‌ବକ୍ସିଂ ଚାମ୍ପିଅନ୍‌ସିପ୍ ୨୦୨୨ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ଏହି ୪ ଦିନିଆ ଚାମ୍ପିଅନ୍‌ସିପ୍‌ରେ ଦେଶର ୧୫ଟି ରାଜ୍ୟରୁ ୫୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶ ଗ୍ରହଣ କରୁଛନ୍ତି ।


ଏହି କାର୍ଯ୍ୟକ୍ରମରେ ସୋଆର କୁଳାଧିପତି ପ୍ରଫେସର ଦେବୀ ପ୍ରସାଦ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ପଂଚମଥର ପାଇଁ ଓଡିଶାରେ ଏହି ଚାମ୍ପିଅନ୍‌ସିପ୍ ଆୟୋଜିତ ହେଉଥିବାବେଳେ ବିଭିନ୍ନ ବର୍ଗରେ ତଥା ଉଭୟ ପୁରୁଷ ଏବଂ ମହିଳା କ୍ୟାଟେଗୋରୀରେ ସମାନ୍ତରାଳ ଭାବେ ୨୬ ତମ ସବ୍ ଜୁନିୟର୍ ଓ ୨୬ ତମ ଜୁନିୟର ଚାମ୍ପିଅନ୍‌ସିପ୍ ମଧ୍ୟ ଅନୁଷ୍ଠିତ ହେଉଛି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆର କାର୍ଯ୍ୟନିର୍ବାହୀ କୁଳପତି ପ୍ରଫେସର ବିଜୟ କୁମାର ସାହୁ, ଆଇଏକେଓର ଜାତୀୟ ସଭାପତି ଶ୍ରୀ ଏସ୍‌.ଏସ୍‌. ହରିଚନ୍ଦନ, ଅଲ୍ ଓଡ଼ିଶା କିକ୍‌ବକ୍ସିଂ ଆସୋସିଏସନ୍ ର ସଭାପତି ଶ୍ରୀ ଶିବାନନ୍ଦ ରାୟ , କାର୍ଯ୍ୟକାରୀ କମିଟି ର ଅଧ୍ୟକ୍ଷ ଶ୍ରୀ ପ୍ରବୋଧ ମହାନ୍ତି, ଆଇଟିଇଆରର ଆଡିସ୍‌ନାଲ ଡିନ୍‌(ଷ୍ଟୁଡେଂଟ ଆଫେୟାରସ୍‌) ପ୍ରଫେସର ରେଣୁ ଶର୍ମା ଏବଂ ସୋଆ କ୍ରୀଡା ଅଧିକାରୀ ଶ୍ରୀମତି ସୁନୀତା ବର୍ମା ପ୍ରମୁଖ ଉପସ୍ଥିତ ଥିଲେ । ଡିସେମ୍ବର ୨୯ରୁ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଅନ୍ୟମାନଙ୍କ ମଧ୍ୟରେ ରୋଟାରୀ ଜିଲ୍ଲା ଗଭର୍ଣ୍ଣର ପ୍ରଭୁଦତ ସୁବୁଦ୍ଧି, ଭୁବନେଶ୍ୱର ରୋଟାରୀ କ୍ଳବ୍ ର ସଭାପତି  ଶ୍ରୀଚନ୍ଦନ ମିଶ୍ର, ଚାମ୍ପିଅନ୍‌ସିପ୍‌ର ବୈଷୟିକ ନିର୍ଦ୍ଦେଶକ  ପ୍ରଦ୍ୟୁମ୍ନ ବେହେରା ଏବଂ ସମ୍ପାଦକ  ପୃଥିରାଜ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ। ୨୦୨୧ରେ ରାଜସ୍ଥାନର ଯୋଧପୁର ରେ ଆୟୋଜିତ ଜାତୀୟ କିକ୍‌ବକ୍ସିଂ ଚାମ୍ପିଅନ୍‌ସିପରେ ଓଡିଶା ଟିମ୍ ରନରଅପ ଟାଇଟଲ୍ ହାସଲ କରିଥିଲା ।

Spread the love