ଆସ୍ଥା ସ୍କୁଲ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟର ଜାତୀୟସ୍ତରୀୟ ବାଗ୍ମୀତା ପ୍ରତିଯୋଗିତା ‘ୟୁଗ୍ମ’ ଅନୁଷ୍ଠିତ

ଭୁବନେଶ୍ୱର: ସ୍ଥାନୀୟ ଆସ୍ଥା ସ୍କୁଲ ଅଫ୍‌ ମ୍ୟାନେଜମେଣ୍ଟ ତରଫରୁ ଶ୍ରୀମାଙ୍କ ଜନ୍ମ ଦିବସ ଅବସରରେ ଜାତୀୟ ସ୍ତରୀୟ ବାଗ୍ମୀତା ପ୍ରତିଯୋଗିତାର ସପ୍ତମ ସଂସ୍କରଣ ‘ୟୁଗ୍ମ’ ଆୟୋଜିତ ହୋଇଯାଇଅଛି। ଦୁଇଦିନ ବ୍ୟାପି ଏହି ପ୍ରତିଯୋଗିତାରେ ରାଜ୍ୟ ଏବଂ ରାଜ୍ୟ ବାହାରରୁ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷାନୁଷ୍ଠାନରୁ ୧୫୦ରୁ ଅଧିକ ଛାତ୍ରଛାତ୍ରୀ ଭାଗନେଇଥିଲେ। ପ୍ରଥମ ଦିବସରେ ମୂଖ୍ୟ ଉପଦେଷ୍ଟା ଭାଗିରଥି ମହାପାତ୍ର ଶ୍ରୀମା ଶ୍ରୀଅରବିନ୍ଦଙ୍କର ଦୃଷ୍ଟିଭଙ୍ଗୀରେ ଶିକ୍ଷାର ଭପାଦେୟତା ବିଷୟରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ମନୋରଂଜନ ନାଏକ, ପରାମର୍ଶଦାତା ଇନଫୋଶିସ ଶ୍ରୀଅରବିନ୍ଦଙ୍କର କର୍ମଯୋଗ ଆଧାରରେ ସମାଜ ଗଠନର ପରିକଳ୍ପନା କରାଯାଇପାରେ ବୋଲି ମତବ୍ୟକ୍ତ କରିଥିଲେ।

ଏହି ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ନିଜ ନିଜର ବକ୍ତବ୍ୟ ଜୁରି ମେମ୍ବର ପ୍ରଫେସର ଡ଼ଃ ଶର୍ମିଳା ସୁବ୍ରମନିୟନ, ଡ଼ଃ ଅଶୋକ ମଙ୍ଗରାଜ ଏବଂ ଭାଗିରଥି ମହାପାତ୍ରଙ୍କ ନିକଟରେ ଉପସ୍ଥାପିତ କରିଥିଲେ। ସେହିପରି ଦ୍ୱିତୀୟ ଦିବସର ସର୍ବୋଚ୍ଚ ଅତିଥି ପ୍ରସାଦ ତ୍ରୀପାଠି, ସମ୍ପାଦକ, ନିୟୁ ଲାଇଫ ଏଜୁକେଶନ ଟ୍ରଷ୍ଟ, ଶ୍ରୀମା ଶ୍ରୀଅରବିନ୍ଦଙ୍କ ଆଦର୍ଶରେ ଛାତ୍ରଛାତ୍ରୀମାନଙ୍କୁ ଅନୁପ୍ରାଣିତ ହେବାପାଇଁ ପରାମର୍ଶ ଦେଇଥିଲେ। ମୁଖ୍ୟ ଅତିଥି ବିଶିଷ୍ଟ ଲେଖିକା ଡ଼ଃ. ଅର୍ଚ୍ଚନା ନାଏକ
ଛାତ୍ରଛାତ୍ରୀମାନଙ୍କୁ ସମାଜର ବିକାଶରେ ସାମିଲ ହେବାକୁ ପରାମର୍ଶ ଦେଇଥିଲେ ।

ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଧ୍ୟାପକ ପ୍ରଫେସର ଡ଼ଃ ସ୍ୱରୁପ ଚନ୍ଦ୍ର ସାହୁଙ୍କୁ ଜୀବନବ୍ୟାପି ସାଧନା ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କର ଏକାଗ୍ରତା ବୃଦ୍ଧିପାଇଁ ନୂତନ ଧ୍ୟାନ ପ୍ରକୋଷ୍ଠ \”ଆଧ୍ୟାନ\’ ସର୍ବୋଚ୍ଚ ଉପଦେଷ୍ଟା ବିଶିଷ୍ଟ ଶିକ୍ଷାବିତ ଶ୍ରୀଯକ୍ତ ଭାଗବତ ପ୍ରସାଦ ମହାନ୍ତି ଏବଂ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ଉଦ୍‌ଘାଟନ କରାଯାଇଥିଲା। ଜୁରୀ ମେମ୍ବର ଭାଗିରଥି ମହାପାତ୍ର, ଡ଼ଃ ଅଶୋକ ମଙ୍ଗରାଜ ଏବଂ ପ୍ରଫେସର ଡ଼ଃ ଶର୍ମିଳା ସୁବ୍ରମନିୟନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଶ୍ରେଷ୍ଠ ତିନିଜଣ ପ୍ରତିଯୋଗୀଙ୍କୁ ଟ୍ରଫି ସହ ମାନପତ୍ର ଏବଂ ନଗଦ ଆକାରରେ ୨୫,୦୦୦ ଟଙ୍କା, ୧୫,୦୦୦ ଟଙ୍କା ଏବଂ ୧୦,୦୦୦ ଟଙ୍କା ପ୍ରଦାନ କରାଯାଇଥିଲା ।

ସେହିପରି ଆଉ ଦୁଇଜଣ ପ୍ରତିଯୋଗୀଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ଭାବେ ଟ୍ରଫି ସହ ମାନପତ୍ର ଏବଂ ନଗଦ ଆକାରରେ ୫,୦୦୦ ଟଙ୍କା ଲେଖାଁଏ ପ୍ରଦାନ କରାଯାଇଥିଲା । ଏସ.ସି.ବି. ମେଡ଼ିକାଲ କଲେଜର ଛାତ୍ର ଶିଶିର ମହାରଣା ବିଜେତା ଘୋଷିତ ହେଇଥିବା ବେଳେ, ସିଲିକନ ଇଷ୍ଟିଚ୍ୟୁଟର ଛାତ୍ର ସୁଭୋଜିତ
ବିଶ୍ୱାସ ପ୍ରଥମ ଉପବିଜେତା ଓ ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ରୀ ଦିପସିଖା ମହାପାତ୍ର ଦ୍ୱୀତୀୟ ଉପବିଜେତା ଘୋଷିତ ହୋଇଥିଲେ। କିଟ୍
ବିଶ୍ୱବିଦ୍ୟାଳୟର ଛାତ୍ର ଡ଼ିଜାକିଟେ ଅବଡ଼ୋଲାୟେ ଏବଂ ବିକାଶ ସ୍କୁଲ ଅଫ ମ୍ୟାନେଜମେଣଟର ଛାତ୍ରୀ ଖୁସି ଗର୍ଗଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର
ପ୍ରଦାନ କରାଯାଇଥିଲା।

ପ୍ରାରମ୍ଭରେ ଅନୁଷ୍ଠାନର ଏକଜୁଟିଭ ଡ଼ାଇରେକ୍ଟର ଏବଂ ସମ୍ପାଦକ ଡ଼ଃ ବଙ୍କିମ ମହାନ୍ତି ସ୍ୱାଗତ ଭାଷଣ ଦେବା ସହିତ ଦେଶର କୋଣ ଅନୁକୋଣରୁ ଆସିଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜ୍ଞାପନ କରି ଏହିପରି ପ୍ରତିଯୋଗିତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଶ୍ରୀ ପଂଚମୂଖୀ ଏଜୁକେଶନାଲ ଏବଂ ଚାରିଟେବଲ ଟ୍ରଷ୍ଟର ଚେୟାରମ୍ୟାନ ରୋଟାରିୟାନ୍ ବିଜୟ କୁମାର ପାତ୍ର ଏବଂ ଅନ୍ୟ ଟ୍ରଷ୍ଟି ବୃନ୍ଦ ଯୋଗଦେଇ ଅନୁଷ୍ଠାନର ସମସ୍ତ କର୍ମଚାରୀମାନଙ୍କୁ ଏହିପରି ଏକ ପ୍ରତିଯୋଗିତା ଆୟୋଜନ କରିଥିବାରୁ ସାଧୁବାଦ ଜ୍ଞାପନ କରିଥିଲେ । ଏହି ପ୍ରତିଯୋଗିତାକୁ ଫ୍ରଫେସର ଜିନାଶିଷ ମହାନ୍ତି, ଫ୍ରଫେସର ନନ୍ଦିତା ମହାପାତ୍ର, ଫ୍ରଫେସର ଅଭିପ୍ସା ମିଶ୍ର, ଫ୍ରଫେସର ରୁପାଲି ପାଇକାରାଏ ଏବଂ ଫ୍ରଫେସର ଆଭା ସତରୁପା ପତି ପରିଚାଳନା କରିଥିଲେ ଏବଂ ପ୍ରଫେସର ଅଶୋକ କୁମାର ପଣ୍ଡା ସର୍ବଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love