ଅଗଷ୍ଟ ୧୦ରେ ଜାତୀୟ କୃମିନାଶକ ଦିବସ: ଓଡ଼ିଶାରେ ୧.୭ କୋଟି ହିତାଧିକାରୀଙ୍କୁ ପ୍ରଦାନ କରାଯିବ ଔଷଧ

ଭୁବନେଶ୍ବର: ଚଳିତ ଅଗଷ୍ଟ ୧୦ ତାରିଖରେ ଜାତୀୟ କୃମିନାଶକ ଦିବସ ପାଳିତ ହେବ। ଏକ ବର୍ଷରୁ ୧୯ ବର୍ଷ ବୟସ୍କଙ୍କୁ ଆଲବେଣ୍ଡାଜୋଲ୍‌ ଦିଆଯିବ। ସରକାରଙ୍କ ପକ୍ଷରୁ ସରକାରୀ ଓ ବେସରକାରୀ ସ୍କୁଲରେ ଔଷଧ ପ୍ରଦାନ କରାଯିବ ସହ ଆଗାଁବାଡ଼ି କେନ୍ଦ୍ରରେ ମଧ୍ୟ କୃମିନାଶକ ଔଷଧ ଉପଲବ୍ଧ ରହିବ। ଯେଉଁମାନେ ୧୦ ଅଗଷ୍ଟରେ ଯଦି କୌଣସି କାରଣରୁ ଔଷଧ ଖାଇନାହାନ୍ତି ସେମାନେ ୧୭ ତାରିଖରେ ଔଷଧ ଖାଇ ପାରିବେ।

ରାଜ୍ୟରେ ଏହି କୃମିନାଶକ ୧ କୋଟି ୭ ଲକ୍ଷ ୧୬ ହଜାର ୪୦ ଜଣ ହିତାଧିକାରୀଙ୍କୁ ପ୍ରଦାନ କରାଯିବ। ପ୍ରତିବର୍ଷ ୨ଥର ଫେବ୍ରୁଆରି ଓ ଅଗଷ୍ଟ ମାସରେ ଏହି ଦିବସ ରାଜ୍ୟ ସରକାରଙ୍କ ପକ୍ଷରୁ ପାଳନ କରାଯାଉଛି। ଏଥିରେ ପରିବାର କଲ୍ୟାଣ ନିର୍ଦେଶାଳୟ, ମହିଳା ଶିଶୁ ବିକାଶ ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅନୁସୂଚିତ ଜାତି ଓ ଜନଜାତି ବିଭାଗର ମିଳିତ ଉଦ୍ୟମରେ କରାଯାଉଛି। ବିଶେଷକରି ୧୯ଟି ଜିଲ୍ଲା ଯଥା ବଲାଙ୍ଗୀର, ଭଦ୍ରକ, ବାଲେଶ୍ୱର, କଟକ, ବୌଦ୍ଧ, ଦେବଗଡ଼, ଗଜପତି, ଜଗତସିଂହପୁର, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା, ନୂଆପଡା, କେନ୍ଦ୍ରାପଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୟାଗଡ, ପୁରୀ ଓ ରାୟଗଡାରେ ୨୦ରୁ ୨୪ ବର୍ଷ ପର୍ଯ୍ୟନ୍ତ ପ୍ରଜନନକ୍ଷମ ମହିଳାମାନଙ୍କୁ କୃମିନାଶକ ଔଷଧ ଖାଇବାକୁ ପ୍ରଥମ ଥର ଚଳିତବର୍ଷ ଦିଆଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି।

Spread the love