ରାଜ୍ୟତୈଳ ଓ ପ୍ରାକୃତିକ ଗ୍ୟାସ ସରଂକ୍ଷଣ ସଚେତନତା ଅଭିଯାନ

ତୈଳ ଓ ପ୍ରାକୃତିକ ଗ୍ୟାସ ସରଂକ୍ଷଣ ସଚେତନତା ଅଭିଯାନ- ସକ୍ଷମ-୨୦୨୦ । ସକ୍ଷମ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ଷିକ ଉତ୍ସବ, ଯାହା ପିସିଆରଏ (ପେଟ୍ରୋଲିୟମ ସରଂକ୍ଷଣ ଗବେଷଣା ସଂସ୍ଥା) ଏବଂ ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ଅଧିନରେ ଥିବା ତୈଳ ଉଦ୍ୟୋଗମାନଙ୍କ ଦ୍ୱାରା ପ୍ରତି ବର୍ଷ ମିଳିତ ଭାବେ ଅନୁଷ୍ଠିତ ହୁଏ । ଏହାର ମୂଳ ଉଦ୍ଦେଶ୍ୟ ହେଉଛି, ଜନସାଧାରଣଙ୍କୁ ତୈଳ ଓ ଗ୍ୟାସ ସରଂକ୍ଷଣର ଆବଶ୍ୟକତା ଏବଂ ଏଥି ପାଇଁ ଉଚିତ ପଦକ୍ଷେପ ବିଷୟରେ ସଚେତନ କରାଇବା । ଏହି ସମୟ କାଳରେ ସମସ୍ତଙ୍କ ନିକଟରେ ଇନ୍ଧନ ସରଂକ୍ଷଣର ବାର୍ତ୍ତା ପହଂଚାଇବା ପାଇଁ ପରିବହନ, ଉଦ୍ୟୋଗିକ, କୃଷି ଏବଂ ଘରୋଇ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ ।

ସକ୍ଷମ-2020 ସମ୍ମାନ ସମାରୋହ, ଆଇଏମଏମଟି ଅଡିଟୋରିୟମ, ଭୂବନେଶ୍ବର ଠାରେ ଅନୁଷ୍ଠିତ ହୋଇଥିଲା । ଏହି ସମାରୋହରେ ଓଡିଶା ବିଧାନ ସଭାର ବିରୋଧୀ ଦଳ ନେତା ମାନ୍ୟବର ଶ୍ରୀ ପ୍ରଦୀପ୍ତ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେ ତାଙ୍କ ଅଭିଭାଷଣରେ ଇନ୍ଧନ ସରଂକ୍ଷଣର ଆବଶ୍ୟକତା ବିଷୟରେ କହିଥିଲେ, ଯାହା ଅର୍ଥ ବଂଚାଇବା ସହ, ପରିବେଶକୁ ମଧ୍ୟ ସୁରକ୍ଷିତ ରଖିପାରିବ । ପେଟ୍ରୋଲିୟମ ଉତ୍ପାଦ କ୍ଷେତ୍ରରେ ଆମ ଦେଶ ଆତ୍ମ ନିର୍ଭରଶୀଳ ହୋଇନଥିବାରୁ, ଆମ ପାଇଁ ତୈଳ ଏବଂ ପ୍ରାକୃତିକ ଗ୍ୟାସ ସରଂକ୍ଷଣ ନିତ୍ୟାନ୍ତ ଆବଶ୍ୟକ । ତେଣୁ ତୈଳ ଉଦ୍ୟୋଗ ଏବଂ ପିସିଆରଏ ମିଳିତ ଭାବେ ଏହି ଭଳି ବ୍ୟାପକ କାର୍ଯ୍ୟକ୍ରମ ଗୁଡିକ ଦ୍ୱାରା ତୈଳ ଏବଂ ପ୍ରାକୃତିକ ଗ୍ୟାସ ସରଂକ୍ଷଣ ବିଷୟରେ ଲୋକମାନଙ୍କୁ ସଚେତନ କରିବା ଆବଶ୍ୟକ ।

ରାଜ୍ୟ ସ୍ତରୀୟ ପରିଚାଳକ, ଶ୍ରୀ ଶୁଭଜିତ ଘୋଷ, ସିଜିଏମ, ଆଇଓସିଏଲ, ମୁଖ୍ୟ ଅତୀଥିଙ୍କୁ ସ୍ୱାଗତ କରିଥିଲେ । ତାଙ୍କ ସ୍ୱାଗତ ଅବିଭାଷଣରେ 16 ଜାନୁଆରୀରୁ 15 ଫେବୃଆରୀ 2020, ଦୀର୍ଘ ଏକ ମାସ ମଧ୍ୟରେ ସକ୍ଷମ-2020 ଅଧିନରେ ଅନୁଷ୍ଠିତ ସମସ୍ତ ସଚେତନତା କାର୍ଯ୍ୟକ୍ରମ ବିଷୟରେ ସଂକ୍ଷିପ୍ତରେ ଉଲ୍ଲେଖ କରିଥିଲେ । ଗତ ଏକ ମାସ ମଧ୍ୟରେ, ତୈଳ ଉଦ୍ୟୋଗ ଗୁଡିକ ମିଳିତ ଭାବେ ଡ୍ରାଇଭର ତାଲିମ ଶିବିର, ଘରୋଇ ମହିଳାଙ୍କ ପାଇଁ ସଚେତନତା ଶିବିର, ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ରରନା, ଚିତ୍ର ଏବଂ କୁଇଜ ପ୍ରତିଯୋଗୀତା ମାନ, ଉଦ୍ୟାଗ ମାନଙ୍କରେ ସରଂକ୍ଷଣ ସଚେତନତା ଶିବିର, ଯାନବାହନ ଗୁଡିକର ପ୍ରଦୁଷଣ ନିରିକ୍ଷଣ କାର୍ଯ୍ୟକ୍ରମ, ଟ୍ରକ ଡ୍ରାଇଭରଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର ଆଦି ଭିବିନ୍ନ ସଚେତନତା ସମାରୋହ ଆୟୋଜନ କରିବା ତୈଳ ଓ ଗ୍ୟାସ ସରଂକ୍ଷଣ ବିଷୟରେ ସଚେତନ କରାଇଥିଲେ । ଏହା ବ୍ୟତୀତ, ତୈଳ ଉଦ୍ୟୋଗମାନେ 19 ଜାନୁଆରୀରେ ଓଡିଶାର 5 ଟି ଜିଲ୍ଲାରେ ସାଇକଲ ଦିବସ ଆୟୋଜନ କରିଥିଲେ । ଏଥି ସହ ଫେବୃଆରୀ 2 ରେ 30 ଟି ଜିଲ୍ଲାରେ ୱାକାଥନ ଅନୁଷ୍ଠିତ ହୋଇଥିଲା । ଏହି ସବୁ କରାର୍ଯ୍ୟକ୍ରମ ମାଧ୍ୟମରେ ଦୁଇଟି ଉଦ୍ଦେଶ୍ୟ ପୁରଣ ହୋଇପାରିଛି, ପ୍ରଥମତଃ ସ୍ୱାସ୍ଥ୍ୟ ଓ ପରିବେଶ ର ସୁରକ୍ଷା, ଦ୍ୱିତୀୟତଃ ଭବିଷ୍ୟତ ପାଇଁ ତୈଳ ଓ ଗ୍ୟାସର ସରଂକ୍ଷଣ । ଏହି ସମାରୋହରେ ବିଭିନ୍ନ ପ୍ରତିଯୋଗୀତାର ବିଜେତା ମାନଙ୍କୁ ସମ୍ମାନିତ କରାଯାଇଥିଲା ।

ଏହି ଉଦଘାଟନୀ ସମାରୋହରେ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ରାଜ୍ୟ ସ୍ତରୀୟ ପରିଚାଳକ, ଶ୍ରୀ ଶୁଭଜିତ ଘୋଷ, ସିଜିଏମ, ଆଇଓସିଏଲ, ଶ୍ରୀ ଦେବାଶିଶ ପାଲିତ, ରାଜ୍ୟ ମୁଖ୍ୟ (ରିଟେଲ), ବିପିସିଏଲ(ଓଡିଶା ଏବଂ ଝାଡଖଣ୍ଡ), ଶ୍ରୀ ଅଭୟଙ୍କର ଦାଶ, ଡିଜିଏମ, ଏଚପିସିଏଲ, , ଶ୍ରୀ କେଭିଜି ଶ୍ରୀନିବାସ, ଜିଏମ, ଗେଲ, ଶ୍ରୀ ଏଡି ଜମଜୁଟେ, ଜିଏମ, (ଲ୍ୟୁବ ସେଲସ୍), ଏବଂ ଶ୍ରୀ ପ୍ରଦୀପକୁମାର ପଣ୍ଡା, ଆଡିସନାଲ ଡିରେକ୍ଟର ପିସିଆରଏ ଉପସ୍ଥିତ ଥିଲେ । ଶ୍ରୀ ଅମର ବଳବନ୍ତରାୟ, ସିଏମ (ଟିଏସ) ଇଣ୍ଡିଆନ ଅଏଲ, ତୈଳ ଉଦ୍ୟୋଗ ମାନଙ୍କ ପକ୍ଷରୁ ସମସ୍ତ କାର୍ଯ୍ୟକ୍ରମର ଦାୟିତ୍ୱ ତୁଲାଇଥିଲେ । ସକ୍ଷମ 2020ର ଏହି ସମାରୋହରେ ଶ୍ରୀ ପ୍ରଦୀପକୁମାର ପଣ୍ଡା, ଆଡିସନାଲ ଡିରେକ୍ଟର ପିସିଆରଏ ଙ୍କ ଦ୍ୱାରା ଧନ୍ୟବାଦ ଅବିଭାଷଣ ଦେବା ପରେ ସମାପ୍ତ ହୋଇଥିଲା ।

Spread the love