ନବରାତ୍ରର ଦ୍ୱିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା

ଭୁବନେଶ୍ୱର ୨୭/୦୯: ଶାରଦୀୟ ନବରାତ୍ର ପର୍ବର ୨ୟ ଦିନ ମାତା ବ୍ରହ୍ମଚାରିଣୀଙ୍କ ପୂଜାର୍ଚ୍ଚନା କରାଯାଏ । ସାଧକ ଏହି ଦିନ ମା’ଙ୍କ ଚରଣରେ ମନ ଲଗାଇଥାନ୍ତି । ବ୍ରହ୍ମର ଅର୍ଥ ତପସ୍ୟା ଏବଂ ଚାରିଣୀର ଅର୍ଥ ଆଚରଣକାରୀ (ସ୍ତ୍ରୀଲିଙ୍ଗ) । ବ୍ରହ୍ମଚାରିଣୀର ଅର୍ଥ ତପ ଆଚରଣକାରୀ (ସ୍ତ୍ରୀଲିଙ୍ଗ) ।

ମାତା ବ୍ରହ୍ମଚାରିଣୀଙ୍କ ଦକ୍ଷିଣ ହସ୍ତରେ ଜପ ମାଳା ଏବଂ ବାମ ହସ୍ତରେ କମଣ୍ଡଳ ଶୋଭାପାଏ । ଦେବୀ ଦୁର୍ଗାଙ୍କର ଏହି ୨ୟ ସ୍ୱରୂପ ଅନନ୍ତ ଫଳଦାୟୀ । ମା’ଙ୍କ ଉପାସନା ଦ୍ୱାରା ତପ, ତ୍ୟାଗ, ବୈରାଗ୍ୟ, ସଦାଚାର, ସଂଯମତା ବୃଦ୍ଧି ହୁଏ । ଜୀବନର କଠିନ ସମୟରେ ମଧ୍ୟ ମନ କର୍ତ୍ତବ୍ୟ ପଥରୁ ବିଚଳିତ ହୁଏ ନାହିଁ । ମା’ଙ୍କ କୃପାରୁ ସର୍ବତ୍ର ସିଦ୍ଧି ଓ ବିଜୟ ପ୍ରାପ୍ତି ହୁଏ ।

Spread the love