ଏହି ଟ୍ୱିଟ ପରେ ଟ୍ୱିଟରରେ ଟ୍ରେଣ୍ଡ୍ ହେଲେ ନବୀନ, ସମସ୍ତଙ୍କ ପାଇଁ ଉଦାହରଣ

ଭୁବନେଶ୍ୱର: ଦେଶ ବର୍ତ୍ତମାନ କୋଭିଡ୍ ମହାମାରୀର ମୁକାବିଲା କରୁଛି,ଏଭଳି ପରିସ୍ଥିତିରେ ଆମେ କେନ୍ଦ୍ର ନିକଟରେ କୌଣସି ତତ୍କାଳିକ ଆର୍ଥିକ ସାହାଯ୍ୟ ଦାବି କରିନାହୁଁ । ଆମେ ଏହି ପରିସ୍ଥିତିର ମୁକାବିଲା ପାଇଁ ନିଜ ପାଣ୍ଠି ବ୍ୟବହାର କରିବୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଟ୍ୱିଟ୍ ତାଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ବାତ୍ୟା ୟାସ୍ ସମୀକ୍ଷା ବୈଠକ ପରେ ଆସିଥିଲା । ଯାହା ଖୁବ କମ ସମୟରେ ଭାଇରାଲ ହେବାରେ ଲାଗିଥିଲା । ନବୀନଙ୍କ ଏହି ଟ୍ୱିଟକୁ ଅନେକ ରିଟ୍ୱିଟ୍ କରିଥିଲେ । କେହି କେହି ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ୍ ଉପରେ କମେଣ୍ଟ୍ କରି ତାଙ୍କୁ ମହାନ ଓ ନାୟକ ବୋଲି ବର୍ଣ୍ଣନା କରିଥିଲେ ।ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଟ୍ୱିଟ୍ ଉପରେ ଯେଉଁ ସବୁ କମେଣ୍ଟ୍ ଆସୁଥିଲା ସେଥି ମଧ୍ୟରୁ ଅଧିକାଂଶରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନବୀନଙ୍କ ଠାରୁ କିଛି ଶିଖିବାକୁ ପରାମର୍ଶ ଦିଆଯାଇଥିଲା । ଉଞ୍ଚୁ ନାମକ ଟ୍ୱିଟ୍ ହ୍ୟାଣ୍ଡେଲରୁ କରାଯାଇଥିବା ଟ୍ୱିଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପରାମର୍ଶ ଦିଆଯାଇଛି ଯେ, ଅନ୍ୟମାନଙ୍କୁ ଦୋଷ ନଦେଇ କେମିତି କାମ କରାଯିବା କଥା ତାହା କେଜ୍ରିୱାଲ ନବୀନ ପଟ୍ଟନାୟକଙ୍କଠରୁ ଶିଖନ୍ତୁ । ସେହିଭଳି ପ୍ରିତି ନାମକ ଟ୍ୱିଟର ହ୍ୟାଣ୍ଡେଲରୁ ଅରବିନ୍ଦ କେଜ୍ରିୱାଲ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ କଟାକ୍ଷା କରି ଲେଖାଯାଇଛି ଯେ, ମୁଁ ଏହି ତଥାକଥିତ ମୁଖ୍ୟମନ୍ତ୍ରୀ ମାନେ ଏଥିରୁ କିଛି ଶିକ୍ଷା ଲାଭ କରନ୍ତୁ ବୋଲି ଆଶା କରୁଛି । ଜଣେ ହେଉଛି ‘ଆଡ୍’ ମ୍ୟାନ୍ ଓ ଆଉ ଜଣେ ହେଉଛନ୍ତି ‘ବ୍ୟାଡ୍ ମ୍ୟାନ୍’।ସେହିଭଳି ଅତୁଲ ଶର୍ମା ଟ୍ୱିଟ୍ କରିଛନ୍ତି ଯେ, ଏହା ହେଉଛି ପ୍ରକୃତ ରାଷ୍ଟ୍ରନୀତି । ନବୀନ ବାବୁ ଓଡ଼ିଶାର ଦାବିକୁ ନେଇ ସବୁବେଳେ ମୁଖର କିନ୍ତୁ ସେ କେବେ ମଧ୍ୟ ନିଜ ଉପରୁ ନିୟନ୍ତ୍ରଣ ହରାନ୍ତି ନାହିଁ । ଏନଡିଆରଏଫ୍ ଗଠିତ ହେବାର ଢେର ଆଗରୁ ଓଡ଼ିଶା ଓଡ୍ରାଫ୍ ଗଠନ କରିସାରିଥିଲା । ବେଲା ନାମକ ୟୁଜର ଟ୍ୱିଟ୍ କରିଛନ୍ତି ଯେ, ନବୀନ ହେଉଛନ୍ତି ସେହିଭଳି ଜଣେ ନାୟକ ଯାହାଙ୍କଠାରୁ ପ୍ରେରଣା ନିଆଯାଇପାରେ । ସୂଚନାଯୋଗ୍ୟ ଯେ, ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱରରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ବାତ୍ୟା ୟାସକୁ ନେଇ ସମୀକ୍ଷା ବୈଠକ କରିଥିଲେ

Spread the love