ନବୀନ ନିବାସରେ ଏକତ୍ରିତ ହୋଇ ଭୋଜନ କଲେ ଅମିତ , ନୀତିଶ ଓ ମମତା

ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ନବୀନ ନିବାସରେ ଆଜି ମଧ୍ୟାହ୍ନ ଭୋଜନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ଶାହଙ୍କ ସହ ମଧ୍ୟାହ୍ନ ଭୋଜନରେ ୧୧ ଜଣ ଖାସ୍ ଅତିଥି ସାମିଲ ହୋଇଥିଲେ । ଏହି ଖାସ୍ ଅତିଥିଙ୍କ ପାଇଁ ହୋଟେଲ ମେ ଫେୟାରରୁ ସ୍ଵତନ୍ତ୍ର ଖାଦ୍ୟ ଆସିଥିଲା ଓ ତାଙ୍କ । ମେନ୍ୟୁରେ ୫୦ ପ୍ରକାରର ଖାଦ୍ୟ ରଖାଯାଇଛି ।

ସୂଚନା ଅନୁଯାୟୀ, ଉଭୟ ଶାକାହାରୀ ଓ ଆମିଷ ଖାଉଥିବା ଅତିଥିଙ୍କ ପାଇଁ ସାଦା ଓ ଆମିଷ ବ୍ୟଞ୍ଜନ ବ୍ୟବସ୍ଥା କରାଯାଇଛି। ଚିକେନ୍, ମଟନ, ଚିଙ୍ଗୁଡ଼ି ସହ ରହିଛି ପ୍ରାୟ ୫୦ ପ୍ରକାରର ଖାଦ୍ୟ । ପ୍ଲେନ୍ ରାଇସ୍, ଫ୍ରାଏଡ଼୍ ରାଇସ୍ ସହ କିଛି ସୁଦ୍ଧ ଓଡ଼ିଆ ଖାଦ୍ୟ ରଖାଯାଇଛି । ରସଗୋଲା, ଚାଉଳ କ୍ଷୀରି, ହାକା ନୁଡ଼ୁଲସ୍, ବାଇଗଣ ଭଜା, ଆଳୁ ମଟର ମସଲା, ଗୁଛି ପନୀର, ଡ଼ାଲି, ଟମାଟ ଚଟଣୀ, ପାମ୍ପଡ, ରୁଟି, ବୁନ୍ଦି ରଇତା, ବେସର ମାଛ ତରକାରୀ, ଛେନାପୋଡ଼, ରସମଲାଇ ରହିଥିଲା ।

Spread the love