ଉପନିର୍ବାଚନ ପୂର୍ବରୁ ପିପିଲି-ଡେଲାଙ୍ଗର ବିକାଶ ପାଇଁ ୭୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ପିପିଲି ଉପନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିପିଲି-ଡେଲାଙ୍ଗର ବିକାଶ ପାଇଁ ୭୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହି ପ୍ୟାକେଜରେ ଦୁଇଟି ବ୍ଳକର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ରାସ୍ତା ଘାଟ, ଜଳସେଚନ, ଷ୍ଟାଡ଼ିୟମ, ବସଷ୍ଟାଣ୍ଡ୍, ସେତୁ ଇତ୍ୟାଦି ଭଳି ବିକାଶମୂଳକ ପ୍ରକଳ୍ପ ହେବ।ଏହି ଅବସରରେ ପିପିଲି ଡେଲାଙ୍ଗର ବିକାଶ କାମକୁ ଆଗକୁ ନେବାକୁ ଏହା ଏକ ପ୍ରୟାସ ବୋଲି ସେ କହିଛନ୍ତି।