‘ମୋ ବସ୍‌’ରେ ବସି ଯାତ୍ରା କରିଛନ୍ତି ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ‘ମୋ ବସ୍‌’ରେ ବସି ଯାତ୍ରା କରିଛନ୍ତି। ରାଜଧାନୀ ଭୁବନେଶ୍ୱରରେ ‘ମୋ ବସ୍‌’ ସେବାର ୧ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋ ବସ୍‌ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଜୟଦେବ ଭବନ ଅଭିମୁଖେ ଯାତ୍ରା କରିଛନ୍ତି। ବସ୍‌ ଭିତରେ ନବୀନ ଜଣେ ସାଧାରଣ ଯାତ୍ରୀଙ୍କ ଭଳି ଟିକେଟ କାଟିଛନ୍ତି। ସେ ଯାତ୍ରା ସମୟରେ ଅନ୍ୟ ଯାତ୍ରୀମାନଙ୍କ ସହିତ କଥା ମଧ୍ୟ ହୋଇଛନ୍ତି।

CRUT ଏମଡି ଅରୁଣ ବୋଥ୍ରା ଜୟଦେବ ଭବନଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କରଇଛନ୍ତି ବଡ଼ ଘୋଷଣା। ସେ କହିଛନ୍ତି ଯେ, ଏବେ ୨୧ଟି ରୁଟରେ ୨୦୦ଟି ‘ମୋ ବସ୍’ ଚଳାଚଳ କରୁଛି। ଆଗକୁ ଆଉ ୧୫୦ଟି ମୋ ବସ୍‌ ବିଭିନ୍ନ ସ୍ଥାନକୁ ଚଳାଚଳ କରିବ ବୋଲି ସୂଚନା ଦେଇଛନ୍ତି ଶ୍ରୀ ବୋଥ୍ରା। ଏଥିସହିତ ଏହି ଯୋଜନାରେ ସାମିଲ ହେବ ୫୦ଟି ସିଟି ବସ୍‌ ଏବଂ ଇ-ବସ୍ ବ୍ୟବସ୍ଥା କରାଯିବ।

ପୁରୀ ସହରକୁ ମୋ ବସ୍‌ ଚଳାଚଳ ପାଇଁ ଅନୁମତି ମିଳିଛି ଏବଂ ଏହା ଖୁବଶୀଘ୍ର ବସ୍‌ ଚଳାଚଳ ହେବ ବୋଲି ସୂଚନା ଦେଇଛନ୍ତି ବୋଥ୍ରା। ପ୍ରତ୍ୟହ ୮୬ହଜାର ଯାତ୍ରୀ ଯିବାଆସିବା କରୁଛନ୍ତି ଏବଂ ୧୨ ଲକ୍ଷ ରାଜସ୍ବ ମିଳୁଛି ବୋଲି କହିଛନ୍ତି CRUT ଏମଡି ଅରୁଣ ବୋଥ୍ରା l

Spread the love