ନବୀନଙ୍କ ନୂଆ ରେକର୍ଡ: ଦ୍ଵିତୀୟ ସର୍ବାଧିକକାଳ ଶାସନରେ ଥିବା ଦେଶର ଦ୍ଵିତୀୟ ମୁଖ୍ୟମନ୍ତ୍ରୀ ହେବେ

ଭୁବନେଶ୍ୱର: ଆସନ୍ତାକାଲି (ଶନିବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ଵିତୀୟ  ସର୍ବାଧିକକାଳ ଶାସନ କ୍ଷମତାରେ ରହିଥିବା ଦେଶର ଦ୍ଵିତୀୟ ମୁଖ୍ୟମନ୍ତ୍ରୀର ମାନ୍ୟତା ଅର୍ଜନ କରିବାକୁ ଯାଉଛନ୍ତି। ସେ ସଫଳତାର ଏହି ନୂଆ ମାଇଲଖୁଣ୍ଟ ସ୍ଥାପନ କରିବାକୁ ଯାଉଛନ୍ତି ବୋଲି ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁ ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ଜ୍ୟୋତି ବସୁଙ୍କୁ ପଛରେ ପକାଇ ଏହି ରେକର୍ଡ ସ୍ଥାପନ କରିବେ। ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ। ବିଶେଷ କରି ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ଓଡ଼ିଶାର ରୂପାନ୍ତରରେ ଶ୍ରୀ ପଟ୍ଟନାୟକଙ୍କ ପ୍ରମୁଖ ଭୂମିକା ରହିଛି ବୋଲି ଶ୍ରୀ ସାହୁ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଜ୍ୟୋତି ବସୁ ୨୩ ବର୍ଷ ୧୩୮ ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ସିକିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପଓ୍ଵନ କୁମାର ଚାମଲିଙ୍ଗ ୨୪ ବର୍ଷ ୧୬୬ ଦିନ ଧରି ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବାର ରେକର୍ଡ କରିଛନ୍ତି।

Spread the love