ନୂଆ ଟିମ ଗଢି ପାରନ୍ତି ନବୀନ ପଟ୍ଟନାୟକ

ଭୁବନେଶ୍ୱର: ନୂଆ ବର୍ଷରେ ନୂଆ ମନ୍ତ୍ରୀ ମଣ୍ଡଳ । ନୂଆ ଟିମ ଗଢି ପାରନ୍ତି ନବୀନ । ନିଜ ଟିମ ର ନବକଳେବର କରି ୨୦୨୪ ପାଇଁ ଟିମ ପ୍ରସ୍ତୁତ କରିବେ ନବୀନ । ପଦ୍ମପୁରରେ ବଡ଼ ବ୍ୟବଧାନ ରେ ବିଜୟ ପରେ ଦାୟିତ୍ୱ ରେ ଥିବା ନେତାଙ୍କୁ ମିଳିବ ଗିପ୍ଟ । ବିଶେଷ କରି ପଶ୍ଚିମ ଓଡ଼ିଶାର ନେତାଙ୍କୁ ମିଳିପାରେ ପ୍ରାଧାନ୍ୟ । ମନ୍ତ୍ରୀ ମଣ୍ଡଳକୁ କମ ବ୍ୟାକ କରି ପାରନ୍ତି ସୁଶାନ୍ତ ସିଂ । କିଛି ବରିଷ୍ଠ ମନ୍ତ୍ରୀଙ୍କୁ ମନ୍ତ୍ରୀ ମଣ୍ଡଳରୁ ବାହାର କରି ସଂଗଠନ ଦାୟିତ୍ୱ ଦେଇ ଦଳକୁ ଶାଣିତ କରି ପାରନ୍ତି ନବୀନ। 

କିଏ ଇନ ହେବ ଆଉ କିଏ ଆଉଟ ହେବ ତାକୁ ନେଇ ପାୱାର କରିଡରରେ ଜୋରଦାର ଚର୍ଚ୍ଚା । ବିଜେଡିର ଜଣେ ବରିଷ୍ଠ ନେତାଙ୍କ ସୂଚନା ଅନୁସାରେ ନୂଆ ବର୍ଷର ପ୍ରଥମ ସପ୍ତାହ ରେ ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ ହେବ । ନବୀନ ନୂଆ ବର୍ଷରେ ମହାପର ଜଗନ୍ନାଥଙ୍କୁ ଦର୍ଶନ କରି ଫେରିବା ପରେ ମନ୍ତ୍ରୀ ମଣ୍ଡଳ କୁ ପୁର୍ଣଗଠନ କରି ପାରନ୍ତି । ଗତ ଜୁନ ମାସ ୫ତାରିଖରେ ହୋଇଥିଲା ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ । ଶେଷ ଥର ପାଇଁ ସମସ୍ତ ଙ୍କୁ ସମୂହ ଇସ୍ତଫା ଦେବା ପାଇଁ କହି ନୂଆ ଟିମ ଗଢ଼ିଥିଲେ ନବୀନ।ବାଦ ପଡ଼ିଥିଲେ ୯ ଜଣ ମନ୍ତ୍ରୀ ।

Spread the love