ଆଜି ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଗଂଜାମ ଜିଲ୍ଲା  ଗସ୍ତ କରୁଛନ୍ତି । ସେ ଗଂଜାମ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ ୧୧ ଶହ କୋଟିର ପ୍ରକଳ୍ପ ଘୋଷଣା କରିବେ ବୋଲି ଜଣାପଡ଼ିଛି। । ରବିବାର  ଦିନ ପ୍ରାୟ ସାଢେ ୧୧ଟାରେ ଗଂଜାମ ଜିଲାର ରଙ୍ଗେଇଲୁଣ୍ଡାରେ ଏହି କାର୍ଯ୍ୟକ୍ରମ ରହିଛି ।

ରଙ୍ଗେଇଲୁଣ୍ଡାରେ ୭୧୬ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ସହ ୨୯୬ କୋଟି ଟଙ୍କାର ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ ହେବ । ରଙ୍ଗେଇଲୁଣ୍ଡାରେ ମୁଖ୍ୟମନ୍ତ୍ରୀ  ଏକ ଚାଷୀ ସମାବେଶରେ ମଧ୍ୟ ଯୋଗ ଦେବେ ।

ଏଠାରେ ମୁଖ୍ୟମନ୍ତ୍ରୀ ପ୍ରାୟ ୨୫ ହଜାର ଚାଷୀଙ୍କୁ ବିଭିନ୍ନ କୃଷି ଉପକରଣ ବିତରଣ ସହ ଜନସାଧାରଣଙ୍କୁ ଉଦବୋଧନ ଦେବେ ।

ଏହି ଚାଷୀ ସମାବେଶରେ ଜିଲ୍ଲାର ୨୨ଟି ବ୍ଲକର ଚାଷୀମାନେ ଯୋଗଦେବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ୨୩୧ଟି ପ୍ରକଳ୍ପର ଉଦଘାଟନ ଓ ୪୮ଟି ପ୍ରକଳ୍ପର ଶିଳାନ୍ୟାସ ହେବ ।

Spread the love