କାମର ହିସାବ ମାଗିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୦୮।୦୫ : ଚଳିତମାସ ୨୯ ତାରିଖରେ ନବୀନ ସରକାର ପଞ୍ଚମ ପାଳିର ତୃତୀୟ ବର୍ଷ ପୁରଣ ହେବ। ୨୦୧୯ ନିର୍ବାଚନରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ୩ ବର୍ଷରେ କେଉଁ ବିଭାଗ କେତେ ପାଳନ କରିଛି, ତାହାର ହିସାବ ମାଗିଛନ୍ତି ରାଜ୍ୟ ସରକାର।

ଖବର ଅନୁଯାୟୀ, ପଞ୍ଚମ ପାଳିର ପ୍ରଥମ କ୍ୟାବିନେଟରେ ଯେଉଁସବୁ ନିଷ୍ପତ୍ତି ନିଆଯାଇଥିଲା, ସେ ଦିଗରେ ବିଭାଗ ଗୁଡ଼ିକ କେତେ ତତ୍ପରତା ପ୍ରକାଶ କରିଛନ୍ତି ତାହାର ସମୀକ୍ଷା କରାଯିବ। ଆସନ୍ତା ୨୯ ତାରିଖରେ ନବୀନଙ୍କ ପଞ୍ଚମ ପାଳିର ସରକାରକୁ ପୁରିବ ୩ ବର୍ଷ । ତା ପୂର୍ବରୁ ଜଳସେଚନ, ମିଶନ ଶକ୍ତି, ଆଦର୍ଶ ବିଦ୍ୟାଳୟ, ମୋ ସ୍କୁଲ ,ପଛୁଆ ବର୍ଗ କମିଶନର ପୁନର୍ଗଠନ, ଖାଦ୍ୟ ନିରାପତ୍ତା, ସ୍ବାସ୍ଥ୍ୟ ନିରାପତ୍ତା ନେଇ BSKY ଯୋଜନା, ପକ୍କା ଘର ନିର୍ମାଣ ଓ ବିଜୁ ଏକ୍ସପ୍ରେସ ଓ୍ବେ ଭଳି ମୋଟ ୧୩ଟି ବିଭାଗର ୩୨ଟି ପ୍ରତିଶ୍ରୁତି ଉପରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Spread the love