ନାମାଙ୍କନ ଭରିଲେ ନବୀନ ପଟ୍ଟନାୟକ

 ଭୁବନେଶ୍ୱର, ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ସକାଳ ପ୍ରାୟ ୧୦ଟା ବେଳେ ଦଳୀୟ କାର୍ଯ୍ୟାଳୟକୁ ଆସି ନାମାଙ୍କନପତ୍ର ଦାଖଲ କରିଥିଲେ । ରାଜ୍ୟ ରିଟର୍ଣ୍ଣିଂ ଅଫିସର ପ୍ରତାପ କେଶରୀ ଦେବ ତାଙ୍କ ନାମାଙ୍କନପତ୍ର ଗ୍ରହଣ କରିଥିଲେ । ସଭାପତି ପଦର ନାମାଙ୍କନପରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦ ପାଇଁ ୮୦ ଜଣ ନାମାଙ୍କନପତ୍ର ଦାଖଲ କରିଥିଲେ । ଆସନ୍ତା ୨୬ ତାରିଖରେ କର୍ମକର୍ତ୍ତାଙ୍କ ନାଁ ବିଧିବଦ୍ଧ ଭାବେ ଘୋଷଣା କରାଯିବ ବୋଲି ରିଟର୍ଣ୍ଣିଂ ଅଫିସର ଶ୍ରୀ ଦେବ ସୂଚନା ଦେଇଛନ୍ତି ।ଆଞ୍ଚଳିକ ଦଳ ଭାବେ ଓଡ଼ିଶାବାସୀଙ୍କ ବିପୁଳ ସମର୍ଥନ ପାଇ ଆସୁଥିବା ବିଜୁ ଜନତା ଦଳର ସର୍ବମାନ୍ୟ ନେତା ନବୀନ ପଟ୍ଟନାୟକ । ବିଜେଡ଼ିର କ୍ରମାଗତ ସଫଳତାର ରହସ୍ୟ ନିଜେ ନବୀନ ପଟ୍ଟନାୟକ । ତାଙ୍କ ନେତୃତ୍ୱରେ ବିଜେଡ଼ିର କ୍ରମାଗତ ସଫଳତାର ପାହଚ ଚଢି ଚାଲିଛି । ତେଣୁ ନବୀନଙ୍କ କ୍ଷେତ୍ରରେ ସଭାପତି ପଦ ପାଇଁ ବିଧିବଦ୍ଧ ନିର୍ବାଚନ ଏକ ଔପଚାରିକତା ବୋଲି ବିଚାର କରାଯାଉଛି । କ୍ରମାଗତ ସପ୍ତମଥର ପାଇଁ ନବୀନ ପଟ୍ଟନାୟକ ଦଳର ସଭାପତି ଆସନ ଅଳଙ୍କୃତ କରିବେ ।

Spread the love