ଅର୍ଥ ଆୟୋଗ ଅନୁଦାନର ବିନିଯୋଗରେ ତ୍ରିସ୍ତରୀୟ ପଂଚାୟତିରାଜ ଅନୁଷ୍ଠାନକୁ ସଶକ୍ତ କରାଯିବ

 ଭୁବନେଶ୍ୱର, ରାଜ୍ୟରେ ତ୍ରିସ୍ତରୀୟ ପଂଚାୟତିରାଜ ଅନୁଷ୍ଠାନମାନଙ୍କୁ ସଶକ୍ତ ତଥା କ୍ରିୟାଶୀଳ କରିବା ସଙ୍ଗେ ସଙ୍ଗେ ଗ୍ରାମାଂଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ପାନୀୟ ଜଳ ଆଦି ଭିତିଭୂମି କ୍ଷେତ୍ରର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପ ଗୁଡିକ ହେଲା
ଗ୍ରାମପଂଚାୟତ ସ୍ତରରେ:
ଗ୍ରାମପଂଚାୟତ ଦ୍ୱାରା ବିଭିନ୍ନ ମୌଳିକ ସେବା ପ୍ରଦାନ ଉପରେ ରାଜ୍ୟ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି । ଗ୍ରାମପଂଚାୟତରେ ଥିବା ସମସ୍ତ ସରକାରୀ ପ୍ରାଥମିକ/ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, ପ୍ରାଣୀଚିକିତ୍ସା କେନ୍ଦ୍ର, ଏ.ଏନ.ଏମ କେନ୍ଦ୍ରର ମରାମତି ଓ ରକ୍ଷଣାବେକ୍ଷଣ ଏବଂ ଶୌଚାଳୟ, ଖେଳ ପଡିଆ, ଶିଶୁ ଉଦ୍ୟାନ ଇତ୍ୟାଦିର ନିର୍ମାଣ ରାଜ୍ୟ ତଥା କେନ୍ଦ୍ରୀୟ ଅର୍ଥ ଆୟୋଗ ଅନୁଦାନ ସହିତ ମନରେଗା ଯୋଜନାର ସମିଶ୍ରଣରେ କାର୍ଯ୍ୟକାରୀ କରାଯାଉଛି ।
-ଗ୍ରାମାଂଚଳରେ ସବୁ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ବିଭିନ୍ନ ଯୋଜନା ସହିତ କେନ୍ଦ୍ର ଓ ରାଜ୍ୟ ଅର୍ଥ ଆୟୋଗଙ୍କ ଅନୁଦାନରୁ ବାର୍ଷିକ ୩୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବା ପାଇଁ ପରାମର୍ଶ ଦିଆଯାଇଛି ।
-ଉପରୋକ୍ତ କାର୍ଯ୍ୟଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ଅର୍ଥ ଆୟୋଗ ଅନୁଦାନ ସହିତ ମନରେଗା, ଏମଏଲଏ ଲାଡ/ଏମପି ଲାଡ, ମୋ ବିଦ୍ୟାଳୟ ଏବଂ ଆବଶ୍ୟକସ୍ଥଳରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଓ କେବିକେ ପାଣ୍ଠିର ଏକୀକରଣ କରାଯିବ ।
ଜିଲ୍ଲା ପରିଷଦ ସ୍ତରରେ:
ଜିଲ୍ଲାରେ ଥିବା ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସଦର ମହକୁମା ତଥା ଉପଖଣ୍ଡ ଚିକିତ୍ସାଳୟର ମରାମତି ଓ ରକ୍ଷଣାବେକ୍ଷଣ ସହିତ ରୋଗୀ ପ୍ରତୀକ୍ଷାଳୟ ନିର୍ମାଣ, ପାନୀୟ ଜଳ ଯୋଗାଣ, ଶୌଚାଳୟ ସୁବିଧା, ପରିମଳ ବ୍ୟବସ୍ଥା, ବାହ୍ୟ ଆଲୋକୀକରଣ, ପାଚେରୀ ତଥା ସବୁଜବଳୟ ଭଳି ସୁବିଧାର ବିକାଶ କରାଯିବ । ଏଥିପାଇଁ ଜିଲ୍ଲା ପରିଷଦ ଜରିଆରେ ଅର୍ଥ ଆୟୋଗ ଅନୁଦାନ ସହିତ ସମ୍ପୃକ୍ତ ବିଭାଗୀୟ ପାଣ୍ଠିର ବିନିଯୋଗ କରାଯିବ ।
-ଗ୍ରାମାଂଚଳରେ ବିଭିନ୍ନ ଶିକ୍ଷା ଓ ସ୍ୱାସ୍ଥ୍ୟ ଅନୁଷ୍ଠାନ ଗୁଡିକ ସବୁଦିନିଆ ରାସ୍ତା ସଂଯୋଗୀକରଣକୁ ପ୍ରାଧାନ୍ୟ ଦିଆଯିବ ।
-ଉପରୋକ୍ତ ଶିକ୍ଷା, ସ୍ୱାସ୍ଥ୍ର‌୍ୟ ତଥା ଅନ୍ୟାନ୍ୟ ଅନୁଷ୍ଠାନ ଭଳି ସମ୍ପତି ଗୁଡିକ ପଂଚାୟତରାଜ ଅନୁଷ୍ଠାନର ହିସାବ ଖାତାକୁ ହସ୍ତାନ୍ତର କରାଯିବ ।

Spread the love