ବିକାଶର ଅନନ୍ୟ ବିନ୍ଧାଣୀଙ୍କୁ ଜନ୍ମଦିନରେ ଅନେକ ଶୁଭେଚ୍ଛା, ପଢନ୍ତୁ ଏକ ସ୍ୱତନ୍ତ୍ର ଉପସ୍ଥାପନା

ବିକାଶର ଅନନ୍ୟ ବିନ୍ଧାଣୀ ଓ ଓଡିଶା ରାଜନୀତିର 23 ବର୍ଷର ସଫଳ  ଯାତ୍ରା  କରିଥିବା ବିଚକ୍ଷଣ ପ୍ରଶାସକଙ୍କୁ ତାଙ୍କ 74ତମ ଜନ୍ମଦିନ ଅବସରରେ  ଅନେକ ଶୁଭେଚ୍ଛା ।  ଓଡିଶା ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞଥିବା ସରଳ, ଅମାୟିକ, ନିଷ୍କପଟ ସରଳ ମଣିଷଙ୍କ 1997 ମସିହାରେ ଓଡିଶାରେ ପାଦ ପଡିଥିଲା।  ଧଳା କୂର୍ତ୍ତା, ପାଇଜାମା ଓ ହାୱାଇ ଚପଲ ନେଇ ସେ ଲୋକଲୋଚନକୁ ଆସିଥିଲେ । ସଫଳ ଜନନାୟକ ବିଜୁ ପଟ୍ଟନାୟକଙ୍କ ଆବର୍ତ୍ତମାନରେ ଓଡ଼ିଶା ଲୋକଙ୍କ ସାମ୍ନାକୁ ଆସିଥିଲେ ତାଙ୍କ ସାନପୁଅ ନବୀନ ପଟ୍ଟନାୟକ । ସେତେବେଳେ ଓଡ଼ିଶାର ଲୋକ ତାଙ୍କୁ ଚିହ୍ନିବା ତ ଦୂରର କଥା ତାଙ୍କୁ ଦେଖିନଥିଲେ ମଧ୍ୟ । ଅତ୍ୟନ୍ତ ଶାନ୍ତ ଓ ସରଳ ଥିବା ନବୀନ ଯେ ଦିନେ ଓଡ଼ିଶାରେ ଅପରାଜେୟ ଓ ଅପ୍ରତିଦ୍ୱନ୍ଦ୍ୱୀ ନେତା ହେବେ ତାହା କେବେ କେହି ଭାବିନଥିଲେ । 22 ବର୍ଷ ଧରି ଓଡ଼ିଶାର ବିକାଶ ପୁୁରୁଷ ଭାବେ ସେ ପରିଚିତ ହୋଇଛନ୍ତି ।

ସରଳ ଜୀବନଯାପନ ଓ ସ୍ୱଚ୍ଛ ଭାବମୂର୍ତ୍ତି ପାଇଁ ସେ ସଭିଁଙ୍କ ପ୍ରିୟପାତ୍ର ହୋଇଛନ୍ତି । ଜଣେ ଲେଖକରୁ ସେ ପାଲଟିଯାଇଛନ୍ତି ପ୍ରବୀଣ ରାଜନେତା । ଦୁର୍ନୀତି ଓ ଭ୍ରଷ୍ଟାଚାର ପ୍ରତି ତାଙ୍କର ଘୃଣାଭାବ ଓ ସାଧାରଣ ଲୋକଙ୍କ ପାଇଁ ଦରଦି ମଣିଷ ସାଜିଥିବା ନବୀନ ଆଜକୁ 22 ବର୍ଷ ଧରି ଓଡ଼ିଶା ଅପରାଜେୟ ନେତା ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତାଙ୍କର ସରଳ ଜୀବନ ଯାପନ ଓ କମ କଥା କହୁଥିବାରୁ ସେ ଆଜି କୋଟିକୋଟି ଓଡ଼ିଆଙ୍କ ପ୍ରଥମ ପସନ୍ଦ ହୋଇଛନ୍ତି । କେବଳ ଓଡ଼ିଶାର ନୁହେଁ, ସାରା ଦେଶର 1 ନମ୍ବର ମୁଖ୍ୟମନ୍ତ୍ରୀ, ଶ୍ରେଷ୍ଠ ପ୍ରଶାସକ ଭାବେ ମଧ୍ୟ ନବୀନ ସମ୍ମାନିତ ହୋଇଛନ୍ତି । ଯାହା ସବୁ ଓଡ଼ିଆଙ୍କ ପାଇଁ ଗର୍ବର ଓ ଗୌରବର କଥା ।

ଓଡିଶା ଇତିହାସରେ ପ୍ରଥମ ପାଦ-

ତାଙ୍କ ରାଜନୀତି କ୍ୟାରିୟରରେ ବସନ୍ତର ମଳୟ ବ୍ୟତୀତ  ନା ଆସିଛି ବୈଶାଖର ନିଦାଘ ଖରା ନା ମାଘର ହାଡଭଙ୍ଗା ଶୀତ। ବସନ୍ତର ମଳୟରେ 4 କୋଟି ଓଡିଆଙ୍କୁ   ସାରାଭାରତରେ ସ୍ୱତନ୍ତ୍ର ପରିଚୟ ଦେଇଥିବା ମଣିଷ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 2000 ମସିହାରୁ ସାଧାରଣ ନିର୍ବାଚନ ପାଦ ଥାପିଥିବା ନବୀନ ଆଜି ଯାଏ ସବୁ ନିର୍ବାଚନରେ କେବଳ ବିଜୟ ଆଉ ବିଜୟର ସ୍ୱାଦ ଚାଖିଛନ୍ତି । ପରାଜୟ ଶବ୍ଦ କଣ ତାହା ନବୀନ ଜାଣିନାହାନ୍ତି । ପ୍ରତିଥର ସାଧାରଣ ନିର୍ବାଚନରେ ନବୀନ ଅଧିକ ଭୋଟ ପାଇଁ କ୍ଷମତାଶାଳୀ ହୁଅନ୍ତି । ନିଜର ଚତୁର ରାଜନୈତିକ ଗୋଟି ଚାଳାନରେ ସେ ବିରୋଧୀଙ୍କୁ ମାତ୍ ଦିଅନ୍ତି ନିର୍ବାଚନରେ । ଓଡ଼ିଶାକୁ 19 ବର୍ଷ ଧରି ସ୍ଥିର ସରକାର ଦେବାରେ ନବୀନ ସଫଳ ହୋଇଛନ୍ତି । ତାଙ୍କ ସାଧୁତ ଓ ସରଳତାକୁ 4 କୋଟି ଓଡ଼ିଆ ବେଶ ପସନ୍ଦ କରନ୍ତି । ଯେଉଁଥି ପାଇଁ ପୌର ନିର୍ବାଚନ ହେଉ ଅବା ପଞ୍ଚାୟତ କି ସାଧାରଣ ନିର୍ବାଚନ ସବୁଥିରେ ଓଡ଼ିଶାବାସୀ ତାଙ୍କୁ ପୁର୍ଣ୍ଣସଂଖ୍ୟା ଗରିଷ୍ଠତା ଦିଅନ୍ତି ।

ସେ ତାଙ୍କର ରାଜନୈତିକ ଗୁରୁଭାବେ ଅଟଳବିହାରୀ ବାଜପେୟୀଙ୍କୁ ଗ୍ରହଣ କରିଥିଲେ । ଓଡ଼ିଶାର ପ୍ରଥମ ନେତା ଭାବେ ସେ 5 ଥର ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଯେତେ ନିନ୍ଦା , ଅପବାଦ ଓ ଦୁର୍ନୀତି ଅଭିଯୋଗ ତାଙ୍କ ବିରୋଧରେ ଆସିଲେ ମଧ୍ୟ ତାହା ତାଙ୍କୁ ଭେଦ କରିପାରିନାହିଁ ।ପ୍ରକୃତିର କରାଳରେ ଓଡିଶାକୁ ଅନେକ ବାତ୍ୟା ମହାବାତ୍ୟା ଆସିଛି । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ ପରିଚାଳନା ଯୋଗୁଁ ଅନେକ ଲୋକ ନିଜ ଜୀବନ ବଞ୍ଚାଇ ପାରିଛନ୍ତି ।  ସେଥିପାଇଁ ସେ ସାରା  ଭାରତର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ  ଭାବରେ ପୁରସ୍କୃତ ହୋଇଥିଲେ । ଏବଂ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ସମ୍ମାନିତ ହୋଇଥିଲେ ।

ସଫଳ ଲେଖକ-

ଓଡ଼ିଶା ବାହାରେ ପଡ଼ିଥିବା ନବୀନ 1946 ମସିହା ଅକ୍ଟୋବର 16  ତାରିଖ ଦିନ କଟକ ସହରରେ ଜନ୍ମଲାଭ କରିଥିଲେ । ପ୍ରଥମେ କଟକ ସହରରେ ପାଠପଢା ଆରମ୍ଭ କରି ଡ଼ୁନ ସ୍କୁଲ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପଢିଥିଲେ । ଲେଖା ଲେଖିରେ ରୁଚି ରଖିଥିବା ନବୀନ 3 ଟି ପ୍ରସ୍ତୁକ ଲେଖିଥିଲେ । ତାହା ହେଉଛି ଏ ସେକେଣ୍ଡ ପାରାଡ଼ାଇଜ, ଏ ଡ଼ିଜର୍ଟ କିଙ୍ଗଡ଼ମ ଓ ଦି ଗାର୍ଡେନ୍ ଅଫ୍ ଲାଇଫ । ଯାହା ପାଠକମାନେ ବେଶ ପସନ୍ଦ କରିଥିଲେ ଓ ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ଏହି ପ୍ରସ୍ତୁତ ବେଶ ପରିଚିତ ହୋଇଛି । ପ୍ରଥମେ ଆସ୍କା ସଂସଦୀୟ କ୍ଷେତ୍ରରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା ନବୀନ ପଟ୍ଟନାୟକ 2 ଥର ସାଂସଦ ଓ 5 ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଆଜି ଯାଏ ସେ ନିର୍ବାଚନ ହାରିନାହାନ୍ତି ।

1997 ମସିହାରୁ ଆଜିଯାଏ ସେ ବିଜୁ ଜନତା ଦଳ(ବିଜେଡ଼ି)ର ସଭାପତି ଭାବେ ରହିଆସିଛନ୍ତି । ବିଜେଡ଼ିକୁ ଓଡ଼ିଶାରେ ଏକ ଶକ୍ତିଶାଳୀ ରାଜନୈତକଦଳ ଭାବେ ସେ ଗଢିବାରେ ସଫଳ ହୋଇଛନ୍ତି । ଭାରତବର୍ଷରେ ବହୁ ଆଚଳିକ ଦଳ ଲୋପ ପାଇଯାଉଥିବା ବେଳେ ନବୀନ କିନ୍ତୁ ଓଡ଼ିଶାରେ ତାଙ୍କ ଦଳକୁ ମଜବୁତ କରିଛନ୍ତି । ତାହା ସମ୍ଭବ ହୋଇଛି ନିଜର ସରଳ ଜୀବନ ଯାପନ ଓ ଭାବମୂର୍ତ୍ତି ସହ ଚତୁର ରାଜନୈତିକ ଗୋଟିଚଳାନ ପାଇଁ । ନବୀନଙ୍କ ଲୋକପ୍ରିୟତା ଆଗରେ ଓଡ଼ିଶା ରାଜନୀତିର ବଡ଼ବଡ଼ ଚାଣକ୍ୟ କୁହାଯାଉଥିବା ରାଜନେତାମାନେ ବି ହାରମାନିଛନ୍ତି । ନିରବତା ହିଁ ତାଙ୍କ ସଫଳାତାର ମନ୍ତ୍ରୀ ବୋଲି ବହୁ ବିଶିଷ୍ଟ ବ୍ୟକ୍ତିମାନେ କହିଛନ୍ତି ।

ସାଧାରଣ ଲୋକଙ୍କ ପାଇଁ ସବୁବେଳେ ଚିନ୍ତା କରୁଥିବା ନବୀନ ଆଜି 74 ବର୍ଷରେ ପାଦ ଥାପିଛନ୍ତି । ସାଧାରଣ ଲୋକଙ୍କ ପାଇଁ ବିଭିନ୍ନ ଲୋକପ୍ରିୟ ସରକାରୀ ଯୋଜନା କରି ସେ ସାରା ଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ସୃ୍ଷ୍ଟି କରିଛନ୍ତି । କାରଣ ଦୁର୍ନୀତି ଓ ଭ୍ରଷ୍ଟାଚାର ତାଙ୍କ ପାଖ କେବେ ମାଡ଼ିବାକୁ ସେ ଦିଅନ୍ତି ନାହିଁ । ଯିଏ ଦୁର୍ନୀତି କରନ୍ତି ସେ ତାଙ୍କର ଯେତେ ଘନିଷ୍ଠ ହେଉଥାଆନ୍ତୁ ନା କାହିକିଁ ସେ ତାଙ୍କ ବିରୋଧରେ ସଙ୍ଗେସଙ୍ଗେ କାର୍ଯ୍ୟାନୁଷ୍ଠାନ ନିଅନ୍ତି । ଯେଉଁଥି ପାଇଁ ସେ 5ମ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଓଡ଼ିଶାର ।

5 ମ ପାଳିରେ ନବୀନ  ସରକାର ଓ ଲୋକଙ୍କ ମଧ୍ୟରେ ସର୍ମ୍ପକକୁ ନିବିଡ଼ କରିବା ପାଇଁ ସେ ଶାସନ ବ୍ୟବସ୍ଥାରେ 5-ଟି ବ୍ୟବସ୍ଥା ପ୍ରଚଳନ କରିଛନ୍ତି । କେବଳ ସେତିକି ନୁହେଁ, ଏହାର କାର୍ଯ୍ୟକାରିତା ପାଇଁ ତାଙ୍କର ବିଶ୍ୱସ୍ତ ସଚିବ ଭି.କାତ୍ତିକେୟନ ପାଣ୍ଡିୟାନଙ୍କୁ ସେ ଗୁରୁଦାୟିତ୍ୱ ଦେଇଛନ୍ତି । ଯାହାକି ଏବେ ଚର୍ଚ୍ଚାର ବିଷୟ ହୋଇଛି । ଏହାଛଡ଼ା ସେ ଅନେକ ଗୁଡ଼ିଏ ପଦକ୍ଷପ ନେଇଛନ୍ତି ତାହା ତାଙ୍କୁ ବିଶ୍ୱରେ ପରିଚିତ କରିଛି ।

ବିକାଶର ଅନନ୍ୟ ବିନ୍ଧାଣୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ 74 ତମ ଜନ୍ମଦିନ ଅବସରରେ ସତ୍ୟଦ୍ରଷ୍ଟା ପରିବାର ତରଫରୁ  ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କାମନାକରି ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଜଣାଉଛୁ । 

Spread the love