କରୋନା ମୁକାବିଲା ପାଇଁ ୩ମାସର ଦରମା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

କରୋନା ମୁକାବିଲା ପାଇଁ ୩ମାସର ଦରମା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ଅନ୍ୟ ମାନଙ୍କୁ ମଧ୍ୟ ସାହାଯ୍ୟ କରିବାଜୁ ମୁଖ୍ୟମନ୍ତ୍ରୀ କହିବା ପରେ, ବିଜେଡି ଦଳର ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା କହିଛନ୍ତି, ବର୍ତ୍ତମାନର ସବୁଠୁ ଘଡିଶନ୍ଧି ମୁହୂର୍ତ୍ତରେ ସମସ୍ତେ ସହଯୋଗ କରିବା ପାଇଁ ଆଗେଇ ଆସିବା ଦରକାର । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶକୁ ଅନୁକରଣ କରି ସମସ୍ତ ବିଜେଡି ବିଧାୟକ ଓ ସାଂସଦ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନିଜର ତିନି ମାସର ଦରମା ପ୍ରଦାନ କରନ୍ତୁ । ଆସନ୍ତା ୨୯ ତାରିଖ ମଧ୍ୟରେ ଏହି ଅର୍ଥ ପ୍ରଦାନ କରିବାକୁ ସଞ୍ଜୟ ଅପିଲ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନିଜର ୩ମାସର ଦରମା କରୋନା ମୁକାବିଲା ପାଇଁ ପ୍ରଦାନ କରିବା ପରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ମଧ୍ୟ ନିଜର ୩ ମାସର ଦରମା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି ।

ସେହିପରି ସଞ୍ଜୟ ଆହୁରି ମଧ୍ୟ କହିଛନ୍ତି, କରୋନା ରାଜ୍ୟ ପାଇଁ ଏକ ବଡ଼ ବିପତ୍ତି ରୂପରେ ସାମ୍ନା କୁ ଆସିଛି । ଆସନ୍ତୁ ସମସ୍ତେ ଏକାଠି ହୋଇ ପୁଣି ସଶକ୍ତ ଓଡ଼ିଶା ଗଠନ କରିବା ।

Spread the love