ସବୁ ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ଶୀର୍ଷରେ ନବୀନ, ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ଭୁବନେଶ୍ୱର,୨/୦୬: ଜାତୀୟ ଗଣମାଧ୍ୟମରେ ନବୀନଙ୍କ ଜୋରଦାର ଚର୍ଚ୍ଚା। ଟାଇମ୍ସ ଅଫ ଇଣ୍ଡିଆ ସର୍ଭେରେ ଶୀର୍ଷସ୍ଥାନ ଦଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ। କରୋନା ଲଢେଇ ଟାଇମ୍‌ରେ ଗୋଟେ ଲୋକପ୍ରିୟତା ତାଲିକା ପ୍ରକାଶ ପାଇଛି ।

ଟାଇମ୍ସ ଅଫ୍‌ ଇଣ୍ଡିଆ ସି ଭୋଟର ସର୍ଭେ ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ।  ସର୍ଭେ ରିପୋର୍ଟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୮୨.୯୬% ଭୋଟ୍‌ ସହ ଶୀର୍ଷରେଥିବା ବେଳେ ତାଙ୍କ ତଳକୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ୮୧.୦୬% ସହ ଅଛନ୍ତି ଦ୍ୱିତୀୟ ସ୍ଥାନରେ । ତୃତୀୟ ସ୍ଥାନରେ ୮୦.୨୮% ଭୋଟ୍‌ ସହ ଅଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପି ବିଜୟନ ।

ଚତୁର୍ଥ ସ୍ଥାନରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ(୭୮.୦୧%), ପଞ୍ଚମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ(୭୬.୫୨%), ଷଷ୍ଠରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ(୭୪.୧୮%), ସପ୍ତମରେ ହିମାଚଳ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର(୭୩.୯୬%) ଓ ଅଷ୍ଟମ ସ୍ଥାନରେ ଅଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପା(୬୭.୨୧%) ।

Spread the love