ନବୀନ ସରକାର ମୁର୍ଦ୍ଦାବାଦ ନାରାଦେଲେ ଛାତ୍ରଛାତ୍ରୀ
ବିଭିନ୍ନ ସମସ୍ୟାନେଇ ଛାତ୍ରଛାତ୍ରୀମାନେ ନବୀନ ସରକାରଙ୍କ କବିରୋଧରେ ସ୍ୱର ଉଠାଇଛନ୍ତି । ଆଜି ନବୀନ ସରକାର ମୁର୍ଦ୍ଦାବାଦର ନାରା ଦେଇଛନ୍ତି ଛାତ୍ରଛାତ୍ରୀ । ଏହି ଘଟଣା ଘଟିଛି ରାଷ୍ଟ୍ରୀୟ ସସ୍କୃତ ସଂସ୍ଥାନ ଭୋପାଲ ପରିସରରେ । ଏଥିରେ ଓଡିଆ ଓ ଅଣଓଡିଆ ଛାତ୍ରଛାତ୍ରୀମାନେ ସାମଲ ହୋଇ ନବୀନ ସରକାରଙ୍କ ବିରୋଧରେ ନାରାବାଜୀ ଦେଇଥିଲେ । ଛାତ୍ରଛାତ୍ରୀମାନଙ୍କ ଦାବି ହେଲା ଯେ, ରାଜ୍ୟସରକାର ସଂସ୍କୃତି ବିରୋଧୀ କାର୍ଯ୍ୟ କରୁଛନ୍ତି । ସଂସ୍କୃତ ଭାଷା ତୃତୀୟ ଭାଷାର ମାନ୍ୟତା ପାଇଥିବା ବେଳେ ରାଜ୍ୟ ସରକାର ତାହାକୁ ଅଣଦେଖା କରୁଛନ୍ତି । ସଂସ୍କୃତ ଭାଷାକୁ ପାଠ୍ୟକ୍ରମରୁ ବାଦ ଦେବାପାଇଁ ଷଢଯନ୍ତ୍ର କରୁଛନ୍ତି ବୋଲି ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି ।
ଏଥିପାଇଁ ସଂସ୍କୃତ ଭାଷାରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଅନ୍ଧକାରମୟ ହେବ । ଓଡିଶା ଓ ହରିୟାଣାରେ ସଂସ୍କୃତ ପ୍ରତି ଅନାଦର କରାଯାଉଛି । ଓଡିଶାରେ ସଂସ୍କୃତ ଭାଷକୁ ବାଦ ଦେଇ ଆଇଟି ପାଠ୍ୟକ୍ରମ ଯୋଡିବାକୁ ରାଜ୍ୟସରକାର ଷଡଯନ୍ତ୍ର କରୁଥିବା ଅଭିଯୋଗ କରିଛନ୍ତି । ତେଣୁ ସରକାରଙ୍କ ଏହି ସଂସ୍କୃତି ବିରୋଧି କାର୍ଯ୍ୟକୁ ଦୃଢ ବିରୋଧ କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ନଖେଳଇବା ପାଇଁ ନିବେଦନ କରାଯାଇଛି । ଓଡିଶାରେ ଷଷ୍ଠରୁ 10ମ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ପାଠ୍ୟଖସଡାରେ ସଂସ୍କୃତକୁ ଯୋଡିବା ପାଇଁ ଦାବି ହୋଇଛି ।