ନବୀନ- ଶାହା ଏକାଠି କରିବେ ମଧ୍ୟାହ୍ନଭୋଜନ

ନବୀନ ନିବାସରେ ନବୀନଙ୍କ ସହ ଆଜି ମଧ୍ୟାହ୍ଣ ଭୋଜନ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏଥିପାଇଁ ନବୀନ ନିବାସରେ ବହୁ ଆଡ଼ମ୍ବରରେ ସମସ୍ତ ବ୍ୟବସ୍ଥା ସରିଛି। ଆଜି ଶାହଙ୍କ ସହ ମଧ୍ୟାହ୍ଣ ଭୋଜନରେ ୧୧ ଜଣ ଖାସ୍ ଅତିଥି ସାମିଲ ହେବେ। ନୀତୀଶ କୁମାର, ମମତା ବାନାର୍ଜୀ ମଧ୍ୟ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ତେବେ ଏହି ଖାସ୍ ଅତିଥିଙ୍କ ପାଇଁ ହୋଟେଲ ମେ ଫେୟାରରୁ ସ୍ଵତନ୍ତ୍ର ଖାଦ୍ୟ ଆସିଛି। ମେନ୍ୟୁରେ ୫୦ ପ୍ରକାରର ଖାଦ୍ୟ ରଖାଯାଇଛି।

ମେନ୍ୟୁରେ ଉଭୟ ଶାକାହାରୀ ଓ ଆମିଷ ଖାଉଥିବା ଅତିଥିଙ୍କ ପାଇଁ ସାଦା ଓ ଆମିଷ ବ୍ୟଞ୍ଜନ ବ୍ୟବସ୍ଥା କରାଯାଇଛି। ପ୍ଲେନ୍ ରାଇସ୍, ଫ୍ରାଏଡ଼୍ ରାଇସ୍ ସହ କିଛି ସୁଦ୍ଧ ଓଡ଼ିଆ ଖାଦ୍ୟ ରଖାଯାଇଛି। ଚିକେନ୍, ମଟନ, ଚିଙ୍ଗୁଡ଼ି ସହ ରହିଛି ପ୍ରାୟ ୫୦ ପ୍ରକାରର ଖାଦ୍ୟ। ଯେପରି, ରସଗୋଲା, ଚାଉଳ କ୍ଷୀରି, ହାକା ନୁଡ଼ୁଲସ୍, ବାଇଗଣ ଭଜା, ଆଳୁ ମଟର ମସଲା, ଗୁଛି ପନୀର, ଡ଼ାଲି, ଟମାଟ ଚଟଣୀ, ପାମ୍ପଡ, ରୁଟି, ବୁନ୍ଦି ରଇତା, ବେସର ମାଛ ତରକାରୀ, ଛେନାପୋଡ଼, ରସମଲାଇ ରହିଛି।

Spread the love