ଗାଇସିଲଟରେ ଗଡିବ ନବୀନଙ୍କ ପ୍ରଚାର ଗାଡି, ମୈଦାନରେ ଟକ୍କର ଦେବେ ଧର୍ମେନ୍ଦ୍ର ପ୍ରଧାନ

ମାଳମାଳ ନେତାଙ୍କ ରାଲି ଓ ସଭାରେ କମ୍ପୁଛି ବିଜେପୁର ବିଧାନସଭା କ୍ଷେତ୍ର । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରରେ ମାରାଥନ ପ୍ରଚାର କରିଛନ୍ତି । ସ୍ବତନ୍ତ୍ର ବସରେ ବିଜେପୁରର ଏବଂ ବରପାଲି ବ୍ଲକର ବିଭିନ୍ନ ଗାଁ ସାହିରେ ବୁଲି ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଭୋଟ୍ ମାଗିଛନ୍ତି । ଆଜି ଗାଇସିଲଟରେ ନବୀନଙ୍କ ପ୍ରଚାର ଗାଡି ଗଡିବ । ସେପଟେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନବୀନ ପାଟନାୟକ ଙ୍କୁ ଟକ୍କର ଦେବାକୁ ୧୦ଟାରେ ବେି ଜପୁର ଏନଏସି ଠାରେ ରୋଡ ସୋ ରେ ସାମିଲ ହେବେ ।

ଅପରାହ୍ନ ୨ଟାରେ ବରପାଲିର ବନ୍ଧପାଲିଠାରେ ରୋଡ ସୋ ରେ ସାମିଲ ହେବେ । ଏହା ପରେ ଅପରାହ୍ନ ୨.୩୦ରେ ଗୋପେଇପାଲିରେ ରୋଡ ସୋ କରିବେ । ଶେଷରେ ଅପରାହ୍ନ ୪ ଟାରେ ବରପାଲି ଏନଏସି ଠାରେ ରୋଡ ସୋରେ ସାମିଲ ହେବାର କାର୍ଯ୍ୟକ୍ରମ ଅଛି ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି । ଶ୍ରୀ ପ୍ରଧାନ ରୋଡ ସୋ ମାଧ୍ୟମରେ ବିଜେପୁରବାସୀଙ୍କୁ ବିଜେପି ପାର୍ଥୀ ସନତଙ୍କ ପାଇଁ ଭୋଟ ମାଗିବେ l

Spread the love