ବାଲେଶ୍ୱରରୁ ପୁଅକୁ ଲଢାଇବେ ନିରଞ୍ଜନ

 ନିର୍ବାଚନ ଯେତିକି ପାଖେଇ ଆସୁଛି ସବୁ  ଦଳରେ ଏବେ ତତ୍ପରତା  ଦେଖିବାକୁ ମିଳୁଛି ।  ଯେନେତେନେ ଉପାୟରେ ଲୋକଙ୍କ ବିଶ୍ୱାସ ଭାଜନ ହୋଇ ନିର୍ବାଚନ ବୈତରଣୀ  ପାରହେବେ । ଶାସନରେ ଥିବା  ବିଜେଡି ଦଳ ବିଭିନ୍ନ ସରକାରୀ ଯୋଜନାମାନ ପ୍ରଣୟନ କରି ଲୋକଙ୍କ ଆସ୍ଥାଭାଜନ ହେଉଥିବା ବେଳେ ବିଜେପି ମଧ୍ୟ ପଛରେ ପଡିନାହିଁ ।  ସେହିପରି କଂଗ୍ରେସ ମଧ୍ୟ ପ୍ରତିଯୋଗୀତାରେ ଆଗକୁ ଯିବାପାଇଁ ବିଭିନ୍ନ ଯୋଜନା କରୁଛି । ଯେବେଠୁ  ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କ୍ଷମାତା ହାସଲ କରିଛନ୍ତି ସେବେଠାରୁ  କଂଗ୍ରେସ ଚଳଚଞ୍ଚଳ ହୋଇ ଉଠିଛି । ଏବେ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ନିର୍ବାଚନ ଲଢ଼ିବେ ।

ଏନେଇ ସଙ୍କେତ ଦେଇଛନ୍ତି ଖୋଦ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ବିଜୟ ସମ୍ଭାବନା ଦେଖି ନବଜ୍ୟୋତିଙ୍କୁ ଦଳ ପ୍ରାର୍ଥୀ କରିପାରେ ବୋଲି ସେ କହିଛନ୍ତି । ପିସିସି ସଭାପତିଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ବାଲେଶ୍ୱର ସାଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢ଼ିବା ପାଇଁ ମନସ୍ଥ କରିଛନ୍ତି । ଏବେ ସେ ବାଲେଶ୍ୱରରେ ନିଜର ସଂଗଠନକୁ ମଜଭୁତ କରୁଛନ୍ତି । ବାଲେଶ୍ୱରରୁ ସେ ସାଂସଦ ପ୍ରାର୍ଥୀ ହେବେ ବୋଲି ଜୋରଦାର ଚର୍ଚ୍ଚାହେଉଛି, ଆଉ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ପିସିସି ସଭାପତିଙ୍କ ବୟାନ । ବର୍ତମାନ ବାଲେଶ୍ୱରର ସାଂସଦ ରହିଛନ୍ତି ରବୀନ୍ଦ୍ର ଜେନା । 2014 ରେ ବାଲେଶ୍ୱରରେ କଂଗ୍ରେସ ସାଂସଦ ପ୍ରାର୍ଥୀ ହୋଇଥିଲେ ସେତବେଳର ନେତା ଶ୍ରୀକାନ୍ତ ଜେନା । ଏବେ ଶ୍ରୀକାନ୍ତଙ୍କ ସ୍ଥାନରେ ନବଜ୍ୟୋତି ଙ୍କୁ ବାଛିଚି ଦଳ ।

Spread the love