କାଶ୍ମୀର ଫାଇଲକୁ ନେଇ ନୱାଜୁଦ୍ଦିନ ସିଦ୍ଦିକିଙ୍କ ମନ୍ତବ୍ୟ; ନିଜ ଦୃଷ୍ଟିକୋଣରୁ ଫିଲ୍ମ ତିଆରି କରିଛନ୍ତି ବିବେକ ଅଗ୍ନିହୋତ୍ରୀ

ନୂଆଦିଲ୍ଲୀ: ରିଲିଜ୍ ହେବା ପରଠାରୁ ଚର୍ଚ୍ଚାରେ ରହିଆସିଛି ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ଦି କାଶ୍ମୀର ଫାଇଲ୍। ଫିଲ୍ମକୁ ଦେଶର ବିଭିନ୍ନ ରାଜ୍ୟରେ ଟ୍ୟାକ୍ସ ଫ୍ରି କରାଯାଇଥିବା ବେଳେ ସରକାରୀ ଦଳର ପ୍ରୋତ୍ସାହନ ବି ମିଳୁଛି। ତା ସହିତ ବିଭିନ୍ନ ସମୟରେ ବିଭିନ୍ନ ନେତା ଓ ରାଜନେତା ଫିଲ୍ମକୁ ନେଇ ଟିପ୍ପଣୀ କରୁଛନ୍ତି।

ଅମୀର ଖାନ ଓ ଅକ୍ଷୟ କୁମାର ଫିଲ୍ମକୁ ନେଇ ପୂର୍ବରୁ ପ୍ରଶଂସା କରିଥିଲେ। ଏବେ ନୱାଜୁଦ୍ଦି ସିଦ୍ଦିକି ଫିଲ୍ମକୁ ନେଇ ନିଜର ମତ ଦେଇଛନ୍ତି। ସେ କହିଛନ୍ତି ଯେ ଏହା ବଡ଼ କଥା ଯେ ବିବେକ ନିଜ ଦୃଷ୍ଟିକୋଣରୁ ଫିଲ୍ମ ତିଆରି କରିଛନ୍ତି। ତେବେ ଯେପର୍ଯ୍ୟନ୍ତ ଫିଲ୍ମ ଦେଖି ନାହିଁ ସେପର୍ଯ୍ୟନ୍ତ ଫିଲ୍ମ ବିଷୟରେ ଅଧିକ ଟିପ୍ପଣୀ କରିବା ଉଚିତ୍ ନୁହେଁ। ଏବିପି ନେଟ୍‌ୱର୍କସ ଆଇଡିଆ ଅଫ୍ ଇଣ୍ଡିଆ ବୈଠକରେ ଯୋଗ ଦେଇ ସିଦ୍ଦିକି ଏହି ବୟାନ ଦେଇଛନ୍ତି। ତେବେ ସେ ଏପର୍ଯ୍ୟନ୍ତ ସିନେମାନ ଦେଖି ନାହାଁନ୍ତି। ହେଲେ ନିଶ୍ଚୟ ଦେଖିବେ ବୋଲି ସେ କହିଛନ୍ତି।

ବଲିଉଡ୍‌ର କେତେକ ବ୍ୟକ୍ତି ଏହାକୁ ବିରୋଧ କରୁଥିବା ଉପରେ ପ୍ରଶ୍ନ କରିବାରୁ ସିଦ୍ଦିକ କହିଛନ୍ତି “ମୋର ଏ ବିଷୟରେ କୌଣସି ଧାରଣା ନାହିଁ। ତେବେ ପ୍ରତ୍ୟେକ ନିର୍ଦ୍ଦେଶକଙ୍କର ଫିଲ୍ମ ତିଆରି କରିବାରେ ନିଜସ୍ୱ ଗୋଟିଏ ଧାରଣା ଓ ଦୃଷ୍ଟିକୋଣ ରହିଥାଏ। ବିବେକ ତାଙ୍କ ଦୃଷ୍ଟିକୋଣରୁ ଫିଲ୍ମ ତିଆରି କରିଛନ୍ତି। ତାହା ଖୁବ୍ ଭଲକଥା। ସବୁ ନିର୍ଦ୍ଦେଶକଙ୍କୁ ନିଜ ନିଜ ଦୃଷ୍ଟିକୋଣରୁ ଫିଲ୍ମ ତିଆରି କରିବାକୁ ଦେବା ଉଚିତ୍। ଯେହେତୁ ଫିଲ୍ମ ଦେଖି ନାହିଁ, ତେଣୁ ଏ ବିଷୟରେ ଆଉ କିଛି କହିବା ଉଚିତ ନୁହେଁ।”

Spread the love