‘ଏନ୍‌ସିପି’ ଜାତୀୟ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଲେ ବିଧାୟକ ଜିତେନ୍ଦ୍ର ଅହ୍ବାଡ଼

ନୂଆଦିଲ୍ଲୀ: ‘ନ୍ୟାସ୍‌ନାଲିଷ୍ଟ୍‌ କଂଗ୍ରେସ ପାର୍ଟି’ (ଏନ୍‌ସିପି) ବିଧାୟକ ଜିତେନ୍ଦ୍ର ଅହ୍ବାଡ଼ ଆଜି ଦଳର ଜାତୀୟ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଛନ୍ତି। ମଙ୍ଗଳବାର ଦିନ ବର୍ଷୀୟାନ୍‌ ରାଜନେତା ଶରଦ ପାୱାର ‘ଏନ୍‌ସିପି’ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ସହିତ ଦଳର ଆହୁରି ଅନେକ କାର୍ଯ୍ୟକର୍ତ୍ତା ମଧ୍ୟ ସେମାନଙ୍କ ପଦରୁ ଇସ୍ତଫା ଦେଇଥିଲେ। ଜାତୀୟ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇ ମୁଁ ମୋର ଇସ୍ତଫା ପତ୍ରଟିକୁ ‘ଏନ୍‌ସିପି’ ମୁଖ୍ୟ ଶରଦ ପାୱାରଙ୍କ ନିକଟକୁ ପଠାଇ ଦେଇଛି। ଦଳର ମୁଖ୍ୟ ପଦବୀରୁ ଇସ୍ତଫା ଦେବେ‌ ବୋଲି ପାୱାର୍‌ ସାହେବ ଘୋ‌ଷଣା କରିବା ପରେ  ଥାନେ ‘ଏନ୍‌ସିପି’ର ସମସ୍ତ କାର୍ଯ୍ୟକର୍ତ୍ତା ମଧ୍ୟ ଇସ୍ତଫା ଦେଇଛନ୍ତି।

ସୂଚନାଯୋଗ୍ୟ, ମଙ୍ଗଳବାର ଦିନ ଆତ୍ମଜୀବନୀ ‘ଲୋକ ମା‌ଜେ ସଙ୍ଗତି’ର ଦ୍ବିତୀୟ ସଂସ୍କରଣ ଉନ୍ମୋଚନ କରିବା ଅବସ‌ରରେ ପାୱାର ଇସ୍ତଫା ଦେବେ ବୋଲି ଘୋଷଣା କରି କହିଥିଲେ, ‘ଏନ୍‌ସିପି’ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଦେବି ବୋଲି ଠିକ୍‌ କରିଛି।

Spread the love