ଡ୍ୟାନ୍ସ ଏବଂ ଗୀତ ଗାଉ ଗାଉ ହଠାତ୍‌ ହେଉଛି ମୃତ୍ୟୁ, ଜାଣନ୍ତୁ କଣ କହୁଛି NCRB ରିପୋର୍ଟ

କରୋନା ମହାମାରୀ ପରେ ଲୋକମାନଙ୍କ ଖରାପ ଲାଇଫ୍‌ ଷ୍ଟାଇଲ୍‌ ଯୋଗୁ ପୂରା ବିଶ୍ୱରେ ହାର୍ଟ ଆଟାକରେ ହେଉଥିବା ମୃତ୍ୟୁ ସଂଖ୍ୟା ବଢିବାକୁ ଲାଗିଛି । ତେବେ ନେସ୍‌ନାଲ କ୍ରାଇମ୍‌ ରେକର୍ଡ ବ୍ୟୁରୋ ଆକଳନ ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚଯ୍ୟ ହୋଇଯିବେ । ଏହା ସହ ଦେଶରେ ଏବେ ମୃତ୍ୟୁ ସଂଖ୍ୟା ଦୃତ ଗତିରେ ବଢିଚାଲିଛି । ଯାହାର କାରଣ ହାର୍ଟ ଆଟାକ, କାର୍ଡିଆକ୍‌ ଆରେଷ୍ଟ୍‍ ଏବଂ ଅନ୍ୟନ୍ୟା ରୋଗ ପାଲଟିଛି । ତେବେ ଆପଣମାନେ ଏପରି ଅନେକ ଭିଡିଓ ଦେଖିଥିବେ, ଯେଉଁଥିରେ ଲୋକମାନେ ଗୀତ ଗାଇବା କିମ୍ବା ନାଚିବା ସମୟରେ ହଠାତ୍‌ ତଳେ ପଡିଯାଆନ୍ତି । ସେହିପରି ନବରାତ୍ରୀ ସମୟରେ ଏହିପରି ଅନେକ ମାମଲା ସାମ୍ନାକୁ ଆସିଛି ।

ହଠାତ୍‌ ହେଉଛି ମୃତ୍ୟୁ :
ଏହି ବର୍ଷ ଏହିପରି ଅନେକ ଭିଡିଓ ସାମ୍ନାକୁ ଆସିଥିଲା ଯେଉଁଥିରେ ଲୋକମାନେ ନାଚିବା କିମ୍ବା ଗୀତ ଗାଇବା ସମୟରେ ହଠାତ୍ ତଳେ ପଡ଼ିଯାଇ ମୃତ୍ୟୁ ବରଣ କରିଥିଲେ । ଏପରି ଭାବେ କେହି ଜଣେ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସନ୍ତି ଏବଂ ସେଠାରେ ଏକ ଭଲ ମଣିଷ ଭାବେ ଠିଆ ହୋଇଥାନ୍ତି, କିନ୍ତୁ ହଠାତ୍ ଭିଡ଼ ଭିତରୁ କେହି ଲୋକ ତଳେ ପଡ଼ି ମୃତ୍ୟୁ ବରଣ ହୋଇଯାଏ । ତେବେ ସୋସିଆଲ ମିଡିଆରେ ଆପଣ ସହଜରେ ଏହିପରି ଭିଡିଓ ଦେଖିବାକୁ ପାଇ ଯିବେ ।

NCRB ଆକଳନ ଅନୁସାରେ :
NCRB ତଥ୍ୟ ଏବେ ସାମ୍ନାକୁ ଆସିଛି ଯେଉଁଥିରେ କୁହାଯାଇଛି ଯେ ୨୦୨୧ ମସିହାରେ ହଠାତ୍ ମୃତ୍ୟୁ ସଂଖ୍ୟା ୨୦୨୨ ତୁଳନାରେ ପ୍ରାୟ ୧୧.୬ ପ୍ରତିଶତ ବୃଦ୍ଧି ପାଇଛି । ଆପଣମାନେ ଯଦି ଦେଖିବେ ତାହେଲେ ଏହି ସଂଖ୍ୟାଗୁଡିକ ଆଶ୍ଚର୍ଯ୍ୟଜନକ ରହିଛି । NCRB ତଥ୍ୟ ଅନୁଯାୟୀ, ୨୦୨୨ ମସିହାରେ ୫୬୬୫୩ ଜଣଙ୍କର ହଠାତ୍ ମୃତ୍ୟୁ ହୋଇଥିଲା । ସେଥିମଧ୍ୟରୁ ୩୨୪୧୦ ଜଣ ଲୋକଙ୍କର ହୃଦଘାତ ଯୋଗୁ ମୃତ୍ୟୁ ହୋଇଛି । ୨୪୨୪୩ ଲୋକଙ୍କ ମୃତ୍ୟୁ ହେବା ପାଇଁ ଅନ୍ୟାନ୍ୟ ଅନେକ କାରଣ ରହିଥିଲା । ହଠାତ୍ ମୃତ୍ୟୁ ହେଉଥିବା ୪୫ ରୁ ୬୦ ବୟସର ଲୋକଙ୍କ ସଂଖ୍ୟା ସର୍ବାଧିକ ରହିଛି ।

ହାର୍ଟ ଆଟାକର ଲକ୍ଷଣ :
ତେବେ ଆସନ୍ତୁ ଆମେ ଆଜି ଆପଣଙ୍କୁ ହାର୍ଟ ଆଟାକ ହେବାର ଲକ୍ଷଣ ବିଷୟରେ ଜଣାଇବୁ । ହାର୍ଟ ଆଟାକ ହେବା ପୂର୍ବରୁ ମନରେ ଅସନ୍ତୋଷ ଭାବ ଆସିଥାଏ । ହାର୍ଟିରେ କଷ୍ଟ ହେବା, ଅସହଜ ଚାପ ଏବଂ ଯନ୍ତ୍ରଣା ପରି ଅନେକ ଜିନିଷ ହୋଇଥାଏ । ବାହୁ, ପିଠି, ବେକ ଏବଂ ପେଟରେ ଯନ୍ତ୍ରଣା ହୋଇପାରେ । ନିଶ୍ୱାସ ନେବାରେ କଷ୍ଟ ହେବା ଏବଂ ଛାତିରେ ମଧ୍ୟ କଷ୍ଟ ଅନୁଭବ ହୋଇଥାଏ । ବାରାମ୍ବାର ଝାଳ ବାହାରିବା, ମୁଣ୍ଡ ବୁଲାଇବା ଭଳି ଅନେକ ଲକ୍ଷଣ ଦେଖାଦେଇଥାଏ ।

କାର୍ଡିଆକ୍‌ ଆରେଷ୍ଟ୍‍ ଲକ୍ଷଣ :
ମନରେ ଅସନ୍ତୋଷ ଅନୁଭବ ସୃଷ୍ଟି ହେବା, ନିଶ୍ୱାସ ନେବାରେ କଷ୍ଟ ହେବା, ବାରାମ୍ବାର ଆପଣଙ୍କୁ ଦୁର୍ବଳ ଅନୁଭଳ ଲାଗିବା । ନିଶ୍ୱାସ ନେଇପାରିବେ ନାହିଁ, ଦୁର୍ବଳ ଲାଗିବା, ହାର୍ଟ ବିଟ୍‌ ଜୋରରେ ଚାଲିବା ଏବଂ ବହୁତ ଝାଳ ବାହାରିବାକୁ ଲାଗିଥାଏ । ତେବେ ଏହି ପରି ଅନେକ ଲକ୍ଷଣ ଦେଖାଯାଇଥାଏ ।

Spread the love