ବର୍ଷାଦିନେ ତ୍ୱଚାର ଯତ୍ନ ପାଇଁ ନିମ୍ବପତ୍ର

ବର୍ଷାଦିନେ ତ୍ୱଚାର ସୁନ୍ଦରତା ବଢାଇବା ପାଇଁ ନିମ୍ବପତ୍ରର ବ୍ୟବହାର ନିତ୍ୟାନ୍ତ ଜରୁରୀ। ତେବେ ଆସନ୍ତୁ ଜାଣିବା ତ୍ୱଚା ପାଇଁ  ନିମ୍ବପତ୍ର କେମିିିତି ଜରୁରୀ।

ତ୍ୱଚାରେ ଥିବା କଳାଦାଗ ଦୂରକରିବା ପାଇଁ ନିମ୍ବପତ୍ରରେ ଟୋନର ତିଆରି କରିପାରିବେ। ଏଥିପାଇଁ ନିମ୍ବପତ୍ରକୁ ପାଣିରେ ଭଲଭାବେ ସିଝାଇ ଦିଅନ୍ତୁ। ଥଣ୍ଡା ହେବା ପରେ ତୁଳାରେ ଏହି ପାଣିକୁ ରାତିରେ ମୁହଁରେ ଲଗାନ୍ତୁ।

ନିମ୍ବ ଫେସ୍‌ ପ୍ୟାକ୍‌ ଲଗାଇ ତ୍ୱଚାର ସୌନ୍ଦର୍ଯ୍ୟ ବଢ଼ାଇପାରିବେ। ଏଥିପାଇଁ ନିମ୍ବପତ୍ରକୁ ବାଟି ସେଥିରେ ମହୁ ମିଶାଇ ମୁହଁରେ ଲଗାନ୍ତୁ। ଏହି ଫେସ୍‌ ପ୍ୟାକ୍‌କୁ ମୁହଁରେ ୨୦ ମିନିଟ୍‌ ପର୍ଯ୍ୟନ୍ତ ଲଗାଇ ତା’ପରେ ଧୋଇଦିଅନ୍ତୁ।

ତ୍ୱଚାରେ ବ୍ରଣ ନ ହେବା ପାଇଁ ବି ନିମ୍ବପତ୍ରକୁ ଲଗାଇପାରିବେ। ନିମ୍ବପତ୍ରକୁ ବାଟି ସେଥିରେ ହଳଦୀ ମିଶାଇ ଫେସ୍‌ ପ୍ୟାକ୍‌ ତିଆରି କରନ୍ତୁ। ଏହି ପ୍ୟାକ୍‌ ମୁହଁରେ ଲଗାଇ ୨୦ ମିନିଟ୍‌ ପରେ ଧୋଇଦିଅନ୍ତୁ। କିଛିଦିନ ପରେ ବ୍ରଣ ହେବ ନାହିଁ।

ତ୍ୱଚା ଅତ୍ୟଧିକ ତୈଳାକ୍ତ ହୋଇଥିଲେ ନିମ୍ବପତ୍ର ପ୍ୟାକ୍‌ ଲଗାନ୍ତୁ। ଏହି ପ୍ୟାକ୍‌ ତିଆରି କରିବା ପାଇଁ ନିମ୍ବପତ୍ରକୁ ବାଟି ସେଥିରେ ମୁଲତାନୀ ମାଟି ଓ ମହୁ ମିଶାନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ ମିନିଟ୍‌ ପରେ ଧୋଇଦିଅନ୍ତୁ। ଏହି ପ୍ୟାକ୍‌ ଲଗାଇଲେ କିଛିଦିନ ପରେ ତ୍ୱଚାର ଉଜ୍ଜ୍ୱଳତା ବୃଦ୍ଧି ପାଇବ।

Spread the love