ପ୍ରତିଦିନ ପିଅନ୍ତୁ ନିମ୍ବ ଜୁସ୍ ରୋଗରୁ ମିଳିବ ମୁକ୍ତି
ନିମ୍ବକୁ ସବୁବେଳେ ଲାଭଦାୟକ ଏବଂ ଚର୍ମ ରୋଗର ଔଷଧ ବୋଲି କୁହାଯାଏ। ଯଦି ଆପଣଙ୍କ ଚର୍ମରେ କୌଣସି ପ୍ରକାରର ଆଲର୍ଜି ଦେଖାଯାଏ ତେବେ ଅଧିକାଂଶ ଲୋକ ନିମ୍ବ ପାଣିରେ ଗାଧୋଇବାକୁ ପରାମର୍ଶ ଦେଇଥାଆନ୍ତି । ନିମ୍ବ ଜୁସ୍ ମଧ୍ୟ କୌଣସି ଗୁଣରେ କମ୍ ନୁହେଁ । ବହୁତ କମ୍ ଲୋକ ଜାଣିଥିବେ ଯେ ନିମ୍ବ ଜୁସ୍ ମଧ୍ୟ ହୋଇଥାଏ । ଏହାର ଜୁସ୍ ପିତା ଲାଗେ କିନ୍ତୁ ଏହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଓଜନ ନିୟନ୍ତ୍ରଣ କରିବାଠାରୁ ନେଇ ତ୍ବଚାକୁ ସତେଜ ରଖିବାରେ ଏହା ବେଶ୍ ଉପକାରୀ । ତେବେ ଆସନ୍ତୁ ଜାଣିବା ଏହା ବ୍ୟତୀତ ନିମ୍ବ ଜୁସ୍ରୁ କଣ ଲାଭ ମିଳିବ ।
ଦାନ୍ତ ମାଢିର ସମସ୍ୟା ଦୂର କରିବା ପାଇଁ ନିମ୍ବ ଜୁସ୍ ଅତ୍ୟନ୍ତ ଲାଭଦାୟକ । ନିମ୍ବ ଜୁସ୍ ପିଇବା ଦ୍ବାରା ମାଢି ଏବଂ ଦାନ୍ତ ସମସ୍ୟା କମ୍ ହୋଇଥାଏ । ସମସ୍ତେ ଜାଣଛନ୍ତି ଯେ, ଯୁଗ ଯୁଗ ଧରି ଆମ ଦେଶରେ ନିମ୍ବ ଦାନ୍ତକାଠି ବ୍ୟବହୃତ ହୋଇଥାଏ । ଏହାଦ୍ବାରା ପାଟିରେ ଜୀବାଣୁ ବୃଦ୍ଧି ପାଇବାର ଆଶଙ୍କା କମ୍ ହୋଇଥାଏ । ଏଭଳି ପରିସ୍ଥିତିରେ ଯଦି ଆପଣ ନିମ୍ବ ଜୁସ୍କୁ ମାଉଥ୍ ଓ୍ବାସ୍ ରୂପେ ବ୍ୟବହାର କରୁଛନ୍ତି ତେବେ ଏହା ଦାନ୍ତ ସମସ୍ୟା ସହ ମାଢି ସମସ୍ୟା ମଧ୍ୟ ଦୂର କରିଥାଏ ।
ତ୍ବଚାରେ ଚମକ ଆଣିବା ପାଇଁ ନିମ୍ବ ଜୁସ୍ ପିଇବା ଉଚିତ । ନିମ୍ବ ଜୁସ୍ରେ ପ୍ରାକୃତିକ ଭାବେ ଡିଟକ୍ସ କରିବାର ଗୁଣ ରହିଛି । ଯାହା ଦ୍ବାରା ଆପଣଙ୍କ ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାରିଥାଏ । ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାରିବା ପରେ ତ୍ବଚାରେ ଚମକ ଆସିଥାଏ ।
ଓଜନ ନିୟନ୍ତ୍ରଣ କରିବାରେ ନିମ୍ବ ରସ ବହୁତ ଲାଭଦାୟକ । ଏହାଦ୍ବାରା ହଜମ ପ୍ରକ୍ରିୟା ବଢିଥାଏ । ଯାହା ମେଟାବଲିଜିମ୍କୁ ବୁଷ୍ଟ୍ କରିଥାଏ । ଏଭଳି ସ୍ଥିତିରେ ଆପଣଙ୍କ ଶରୀରରେ ଶୀଘ୍ର କ୍ୟାଲୋରୀ ବର୍ନ ହୋଇଥାଏ । ଏହାଦ୍ବାରା ଆପଣଙ୍କ ଓଜନକୁ ଅତି ଶୀଘ୍ର ହ୍ରାସ ପାଇଥାଏ ।