ଘୁଞ୍ଚିଲା NEET PG ପ୍ରବେଶିକା ପରୀକ୍ଷା

ନୂଆଦିଲ୍ଲୀ: ଘୁଞ୍ଚିଲା ସର୍ବଭାରତୀୟ NEET PG ପରୀକ୍ଷା । ୬ ରୁ ୮ ସପ୍ତାହ ସ୍ତଗିତ ରହିଲା ପରୀକ୍ଷା । ମାର୍ଚ୍ଚ ୧୨ରେ ହୋଇଥାନ୍ତା ଏହି ପ୍ରବେଶିକା ପରୀକ୍ଷା । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପରୀକ୍ଷା ଘୁଞ୍ଚିବା ନେଇ ସୂଚନା ମିଳିଛି । ଏହି ପରୀକ୍ଷାକୁ ଘୁଞ୍ଚାଇବାକୁ ଏମବିବିଏସ ଛାତ୍ର ଆବେଦନ କରିଥିଲେ । ଯାହାର ଶୁଣାଣି ଆଜି ସର୍ବୋଚ୍ଚ ନ୍ୟାୟଳୟରେ ହେବାର ଥିଲା । ହେଲେ ଶୁଣାଣି ପୂର୍ବ ନିଷ୍ପତ୍ତି ବଦଳାଇଛନ୍ତି ସରକାର । ମାର୍ଚ୍ଚ ୧୨ ତାରିଖରେ ହେବାର ଥିଲା ନିଟ୍ ପିଜି ପରୀକ୍ଷା। କିନ୍ତୁ ଏହାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସନ୍ତା ୬ରୁ ୮ ପର୍ଯ୍ୟନ୍ତ ସ୍ଥଗିତ କରାଯିବା ନେଇ ଘୋଷଣା ହୋଇଛି । କୋରୋନା ସମୟରେ ପରୀକ୍ଷା ସ୍ଥଗିତ ରଖିବାକୁ ଦାବି କରିଥିଲେ ଡାକ୍ତରୀ ଛାତ୍ରଛାତ୍ରୀ । ଏନେଇ ସୁପ୍ରିମକୋର୍ଟରେ ଏକ ପିଟିସନ ମଧ୍ୟ ଦାଖଲ କରିଥିଲେ। ପିଟିସନରେ ଦାବି କରାଯାଇଥିଲା ଯେ MBBS ପାସ୍ ଛାତ୍ରଛାତ୍ରୀ ମାନେ କୋଭିଡ ମହାମାରୀ କାରଣରୁ ସେମାନଙ୍କ ଇଣ୍ଟର୍ନସିପ ଅବଧି ଶେଷ କରିପାରିନାହାଁନ୍ତି । ଯେଉଁଥିପାଇଁ ସେମାନେ ପରୀକ୍ଷାରେ ଉପସ୍ଥିତ ହେବାକୁ ସକ୍ଷମ ହେବେ ନାହିଁ ବୋଲି କହିଥିଲେ ।

Spread the love