୧୨ ଜାନୁୟାରୀରୁ NEET ପିଜି କାଉନସେଲିଂ, ଟ୍ୱିଟ କରି ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ ୦୯/୦୧: ଚଳିତ ମାସରେ ଆରମ୍ଭ ହେବ NEET ପିଜି କାଉନସେଲିଂ । ଆସନ୍ତା ୧୨ ତାରିଖରୁ NEET ପିଜି କାଉନସେଲିଂ ଆରମ୍ଭ ହେବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ । ୭ ତାରିଖରେ OBC ଏବଂ EWS କୋଟା ମାମଲାରେ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଥିଲେ ସୁପ୍ରିମକାେର୍ଟ ।

ଚଳିତ ବର୍ଷ ଓବିସିଙ୍କ ପାଇଁ ୨୭ ପ୍ରତିଶତ ଏବଂ ଇଡବ୍ଲ୍ୟୁଏସ୍ ଛାତ୍ରଛାତ୍ରୀଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ କେନ୍ଦ୍ରର ଅବେଦନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଅର୍ଥାତ୍ NEET ପିଜି କାଉନସେଲିଂରେ ସର୍ବଭାରତୀୟ କୋଟାରେ ଓବିସି ଛାତ୍ରଛାତ୍ରୀଙ୍କୁ ୨୭ ପ୍ରତିଶତ ସଂକ୍ଷଣ ମିଳିବ । ସେହିପରି EWS ବା ଆର୍ଥିକ ପଛୁଆ ବର୍ଗ କ୍ଷେତ୍ରରେ ପୂର୍ବରୁ ଥିବା ୧୦ ପ୍ରତିଶତ ସଂରକ୍ଷଣ ଏଥର ମଧ୍ୟ କାଏମ ରହିବ ।

Spread the love