ଅଶ୍ଲିଳ ଭିଡିଓ କରି ୨୨ ମହିଳାଙ୍କୁ କରୁଥିଲା ବ୍ଲାକମେଲ୍, ୧୯ ବର୍ଷୀୟ ଯୁବକ ଗିରଫ

ମୁମ୍ୱାଇ: ମୁମ୍ୱାଇରେ ୨୨ରୁ ଅଧିକ ମହିଳାଙ୍କ ଅଶ୍ଲିଳ ଭିଡିଓ କରି ତାଙ୍କୁ ବ୍ଲାକମେଲ କରିବା ଅଭିଯାଗରେ ଜଣଙ୍କୁ ଗିରଫ କରିଛି ପୋଲିସ । ମୁମ୍ୱାଇ ପୋଲିସ ଏହି ସୂଚନା ଦେଇଛି । ପୋଲିସ ସୂଚନା ଅନୁସାରେ, ଗୁଜରାଟରୁ ଗିରଫ ହୋଇଥିବା ୧୯ ବର୍ଷୀୟ ଯୁବକ ମହିଳାଙ୍କ ଅଶ୍ଲିଳ ଭିଡିଓ କରୁଥିଲା ଏବଂ ସେ ଗୁଡିକୁ ସୋସିଆଲ ମିଡିଆରେ ସେୟାର କରିବା ପାଇଁ ଧମକ ଦେଉଥିଲେ। ଭିଡିଓ ଗୁଡିକୁ ହଟାଇବା ପାଇଁ ମହିଳାମାନଙ୍କୁ ଟଙ୍କା ଦାବି କରୁଥିଲେ।

ପୋଲିସ ଅନୁସାରେ, ଅଭିଯୁକ୍ତ ବ୍ୟକ୍ତି ମହିଳାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ତାଙ୍କ ଫଟୋ ଆଣୁଥିଲା ଏବଂ ପରେ ସେହି ଫଟୋର ବ୍ୟବହାର କରି ଅଶ୍ଲିଳ କ୍ଲିପ୍ କରୁଥିଲା। ମୁମ୍ୱାଇ ପୋଲିସ ଅଧିକାରୀ ସଞ୍ଜୟ ପାଟିଲ କହିଛନ୍ତି, ଅଭିଯୁକ୍ତ ନିଜର ଅପରାଧ ସ୍ୱୀକାର କରିସାରିଛି। ପୋଲିସ ଅଧିକାରୀ କହିଛନ୍ତି, ଅଶ୍ଳିଳ ଭିଡିଓ କରିବା ପରେ ସେ ଗୁଡିକୁ ମହିଳାଙ୍କୁ ପଠାଉଥିଲା ଏବଂ ଟଙ୍କା ଦାବି କରୁଥିଲା। ଅଭିଯୁକ୍ତକୁ ଶୁକ୍ରବାର ଜୁଲାଇ ୨୯ ଯାଏଁ ପୋଲିସ ହେପାଜତରେ ରଖାଯାଇଥିଲା।

Spread the love