ନେପାଳ ଓହ୍ଲାଇ ଦେଲା ୬ ମେଡ-ଇନ-ଚାଇନା ବିମାନ, କହିଲା ଏୟାରଲାଇନ୍ସ ଉପରେ ଏଗୁଡିକ ବୋଝ

କାଠମାଣ୍ଡୁ ୬।୧: ଚୀନ୍ ନିର୍ମିତ ବିମାନଙ୍କୁ ନେଇ ଏବେ ଚିନ୍ତାର ନେପାଳ ଏୟାର ଲାଇନ୍ସ। ବିମାନ କମ୍ପାନୀ ୬ଟି ମେଡ-ଇନ-ଚାଇନା ପ୍ଲେନକୁ ଗ୍ରାଉଣ୍ଡ କରିଦେଇଛି। ଏଗୁଡିକୁ ଏୟାରଲାଇନ୍ସ ଉପରେ ବୋଝ ବୋଲି କହିଛି। ଚୀନ୍‌  ଉପକରଣଗୁଡିକ  ପ୍ରାୟତଃ  ମାନକୁ ନେଇ ସନ୍ଦେହରେ ଥାଏ। ଏଥିରେ ଏଭଳି ବିମାନର ରକ୍ଷଣାବେକ୍ଷଣ ଓ ପରିଚାଳନା ଏୟାରଲାଇନସ୍ ଲାଗି ଏବେ କ୍ଷତିର କାରଣ ହେଉଛି। ଏଣୁ ବିପୁଳ ବ୍ୟୟ କରି ଏପରି ବିମାନ ଚଳାଇବା ଆଉ ସମ୍ଭବ ନୁହେଁ ବୋଲି କହିଛି।

୨୦୧୪ରୁ ୨୦୧୮ ମଧ୍ୟରେ ନେପାଳ ଚୀନ୍‌ରୁ ଏହି ସବୁ ବିମାନ ଅଧିଗ୍ରହଣ କରିଥିଲା। ସେହିଦିନଠାରୁ ବିମାନ ବାବଦ ବ୍ୟୟ ଭାର ଏୟାରଲାଇନ୍ସ ଉପରେ ବଢ଼ି ବଢ଼ି ଚାଲିଛି। ଏଣୁ ପରବର୍ତ୍ତି ବ୍ୟୟଭାର ବହନ କରିବା ଅପେକ୍ଷା ଏଗୁଡିକୁ ଗ୍ରାଉଣ୍ଡ କରିଦିଆଯିବା ଭଲ ବୋଲି ଏୟାରଲାଇନ୍ସ କହିଛି। ନେପାଳ ଏୟାରଲାଇନ୍ସର ବୋର୍ଡ ମେମ୍ବର ମାନେ ୨୦୨୦ରେ ପ୍ରଥମ ବ୍ୟାଚ୍‌ରେ କାଠମାଣ୍ଡୁ ଆସିଥିବା ବିମାନର ପରବର୍ତ୍ତି ୬ ବର୍ଷରେ ଆସିଥିବା ବିମାନଗୁଡିକୁ ଓହ୍ଲାଇ ଦେବାକୁ ନିଷ୍ପତ୍ତି ନେଇଥିଲେ।

ନେପାଳ ଏୟାରାଇଲନ୍ସ ପାଖରେ ଚୀନ ନିର୍ମିତ ୬ଟି ବିମାନ ରହିଛି। ଏଥିରୁ ୨ଟି ଏମଏ-୬୦ ହୋଇଥିବା ବେଳେ ଅନ୍ୟ ୪ଟି ୱାଇ୧୨ଇ ଶ୍ରେଣୀୟ। ଏଥିରୁ ଚୀନ୍‌ ପ୍ରତ୍ୟେକରୁ ଗୋଟିଏ ଲେଖାଏଁ ଅନୁଦାନରେ ଦେଇଛି। ଗତ ୨୦୧୮ ମସିହାରେ ନେପାଳ ଗୋଟିଏ ୱାଇ ୧୨ଇ ବିମାନକୁ ଦୁର୍ଘଟଣାରେ ହରାଇଛି।  ଏଥିରୁ ବାକି ୩ଟି ଓ ୨ଟି ଏମଏ-୬୦ର ଉଡାଣ ବାବଦକୁ ହେଉଥିବା ବ୍ୟୟ ମଧ୍ୟ ଅସୁଲ ହୋଇପାରୁନି। କାରଣ ଅନେକ ସମୟରେ  ବୈଷୟିକ ସମସ୍ୟା ଯୋଗୁ ବିମାନଗୁଡିକ  ଉଡିପାରୁନି।

ଏହା ଛଡା ଏପରି ବିମାନ ଚାଳନା ଲାଗି କୌଶଳୀ ପାଇଲଟଙ୍କ ଆବଶ୍ୟକତା ରହିଛି। ଯାହା ନେପାଳରେ ଉପଲବ୍ଧ ନୁହେଁ।  ଏହି ବିମାନ ଲାଗନି ଚୀନ୍‌ରେ ପାଇଲଟ ଅଛନ୍ତି ହେଲେ ସେମାନଙ୍କ ଲାଗି ନେପାଳୀ ଭାଷା ପ୍ରତିବନ୍ଧକ ପାଲଟିଛି। ଏଣୁ ସେମାନଙ୍କୁ ଅଣାଇ ନୂଆ ପାଇଲଟ ପ୍ରଶିକ୍ଷଣ ମଧ୍ୟ  ଦିଆଯାଇପାରୁନି। ଏ ବାବଦେ ଆମେ ଚୀନ୍‌ର ସହାୟତା କାମନା ମଧ୍ୟ କରିଥିଲୁ ବୋଲି ଏୟାରଲାଇନ୍ସର ଜନୈକ ଅଧିକାରୀ କହିଛନ୍ତି। ହେଲେ ସହଯୋଗ ମାମଲାରେ ଚୀନ୍‌ ନୀରବ ରହିବା ବିମାନଗୁଡିକୁ ଗ୍ରାଉଣ୍ଡ କରିବା ଛଡା ଆମ ପାଖରେ ଉପାୟ ନଥିଲା ବୋଲି କହିଛନ୍ତି।

ନେପାଳରେ ପାଇଲଟଙ୍କୁ ତାଲିମ ପ୍ରଦାନ ନିମନ୍ତେ ଏୟାର ଲାଇନ୍ସ ବୋର୍ଡ ବୈଠକରେ ଅନେକ ବାର ପ୍ରସଙ୍ଗ ହୋଇଛି । ହେଲେ ଏ ବାବଦରେ ଏପର୍ଯ୍ୟନ୍ତ ସ୍ପଷ୍ଟ ନିଷ୍ପତ୍ତି  ହୋଇପାରିନି।  ସେହିପରି ଚୀନ୍‌ରୁ ବିମାନ କିଣିବା ଲାଗି ନେପାଳ ସରକାର ରାଜିନାମା କରିବା ବେଳେ ଏପରି ବିମାନ ଚଳାନା ପାଇଁ ଦେଶରେ ପାଇଲଟ ଅଛନ୍ତି କି ନା ସେ ବିଷୟରେ ଚିନ୍ତା ବି କରିନଥିଲେ କି ନୂଆ ବିମାନ ଚଳାଇବା ଲାଗି ପାଇଲଟଙ୍କ ପ୍ରଶିକ୍ଷଣ ସମ୍ପର୍କରେ ମଧ୍ୟ ନିଷ୍ପତ୍ତି ନିଆଯାଇନଥିଲା। ଏଣୁ ନୂଆ ବିମାନ ଆଣିବା ପରେ ପାଇଲଟ  ଅଭାବ ଯୋଗୁ ଏଗୁଡିକୁ ଚଳା ଯାଇପାରିନଥିଲା।

ନେପାଳ କିଣିଥିବା ବିମାନଗୁଡିକ ଭିନ୍ନ ପ୍ରକାରର, ଏଣୁ ଏହାର ପାଇଲଟ ପ୍ରଶିକ୍ଷଣ ମଧ୍ୟ ଭିନ୍ନ। ଏହା ଛଡା ଏପରି ବିମାନର କମ୍ ଉତ୍ପାଦନ ହେଉଥିବାରୁ ପର୍ଯାପ୍ତ ଯନ୍ତ୍ରାଂଶ ମଧ୍ୟ ମିଳେନା।  ଏହିସବୁ ବିମାନର ପ୍ରାୟତଃ ସ୍ପେୟାର ୱାରେଣ୍ଟି ଏବେ ସମାପ୍ତ ହୋଇଗଲାଣି।  ଏଣୁ ଏ ଗୁଡିକୁ ତିଆରିକରି ଚଳାଇବା ଆମ ଲାଗି ଲାଭଦାୟକ ହେବନି ବୋଲି ଏବେ ବିଚାର କରାଯାଉଛି। ତେବେ ଏଥିରୁ ଗୋଟିଏ ବିମାନକୁ କେବଳ ସେବା ଯୋଗାଇ ଦେବା ନିମନ୍ତେ ଆମେ ଏବେ ଉପଯୋଗ କରୁଥିବା ଅଧିକାରୀ କହିଛନ୍ତି।

ନେପାଳ ଅର୍ଥମନ୍ତ୍ରାଳୟ ଏହି ବିମାନଗୁଡିକର ମାଲିକ ଅଟନ୍ତି। ଏଗୁଡିକୁ ଅର୍ଥମନ୍ତ୍ରାଳୟ ଚୀନ୍‌ରୁ ଲୋନରେ କିଣିଛନ୍ତି। ହେଲେ କିଣା ହେବା ଦିନଠାରୁ ବିମାନ ଲାଗି କିସ୍ତି ସୁଝିବା ଏୟାରଲାଇନ୍ସ ଲାଗି ବୋଝ ହୋଇଯାଇଛି। ବିମାନଗୁଡିକ ବାବଦେ ଏୟାରଲାଇନ୍ସ ଅର୍ଥମନ୍ତ୍ରାଳୟଙ୍କୁ ୩୫.୧ ନିୟୁତ ଡଲାର ସୁଝିବାକୁ ହେବ। ହେଲେ କିଣା ହେବା ଦିନଠାରୁ ଉଡି ନଥିବା ବିମାନ ଲାଗି କାହିଁକି ଟଙ୍କା ଦିଆଯିବ ବୋଲି ଜନୈକ ଅଧିକାରୀ କହିଛନ୍ତି।

୨୦୧୧ ମସିହାରେ ଏହି ବିମାନ କ୍ରୟ ଲାଗି ଉଭୟ ନେପାଳ ଓ ବାଂଲାଦେଶର ବୈଷୟିକ ଦଳ ଚୀନ ଗସ୍ତ କରିଥିଲେ। ବାଂଲାଦେଶୀ ଟେକ୍ନିକାଲ ଟିମ୍‌ ଏମଏ-୬୦ ଏବଂ ୱାଇ୧୨ଇ ର ଯାଞ୍ଚ ବେଳେ ଏଗୁଡିକ ବ୍ୟବହାର ଅନୁପଯୋଗୀ ଅନୁଭବ କରି ଓହରି ଯାଇଥିଲେ। ତେବେ ନେପାଳ ମାଗଣାରେ ୨ଟି ବିମାନ ପାଇବା ଲୋଭରେ ଆଗକୁ ବଢି ୬ଟି ବିମାନ ଲାଗି ଏଭିଏସନ ଇଣ୍ଡଷ୍ଟ୍ରି କର୍ପୋରେସନ ଅଫ ଚୀନ (ଏଭିଆଇସି) ସହ ତରବରିଆ ରାଜିନାମା କରିପକାଇଥିଲା। ଏବେ ଏ ଗୁଡିକର କଣ ହେବ ସେ ନେଇ ମୁଣ୍ଡରେ ହାତ ଦେଇ ବସିଛି ନେପାଲ ଏୟାରଲାଇନ୍ସ।

Spread the love