ନିଜ ମନ୍ତ୍ରୀଙ୍କ ଗିରଫଦାରୀ ନେଇ ଭବିଷ୍ୟବାଣୀ କଲେ କେଜ୍ରିୱାଲ, କହିଲେ-ଇଡି କେତେବେଳେ ବି କରିପାରେ ଗିରଫ

ନୂଆଦିଲ୍ଲୀ,୨୨/୦୧: ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ଆପ ନେତା ସତେନ୍ଦ୍ର ଜୈନଙ୍କୁ ଗିରଫ କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଉ କିଏ କେହି ନୁହେଁ, ନିଜେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦାବି କରିଛନ୍ତି। ଗିରଫଦାରୀ କଥା କହିବା ସହ କେଜ୍ରିୱାଲ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂ ଚନ୍ନୀଙ୍କୁ ନିଶାନା କରିଛନ୍ତି।

ରବିବାର ଅରବିନ୍ଦ କେଜ୍ରୱାଲ ସାମ୍ୱାଦିକ ସମ୍ମିଳନୀରେ ଦାବି କରିଛନ୍ତି, ‘ପଞ୍ଜାବ ନିର୍ବାଚନ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସତେନ୍ଦ୍ର ଜୈନଙ୍କୁ ଗରିଫ କରିପାରେ । ଏହାକୁ ସ୍ୱାଗତ କରୁଛୁ । ସତେନ୍ଦ୍ର ଜୈନଙ୍କ ଉପରେ ପର୍ବରୁ ଦୁଇ ଥର ଚଢଉ ହୋଇସାରିଛି। ଏହି ରେଡରେ କିଛି ହାସଲ ହୋଇ ନଥିଲା। ଯଦି ପୁଣି ଚଢଉ କରିବାକୁ ଚାହୁଛନ୍ତି ତେବେ ତାଙ୍କୁ ସ୍ୱାଗତ । ନିର୍ବାଚନ ଅଛି, ଚଢଉ ହେବ, ଗିରଫଦାରୀ ହେବ। କିନ୍ତୁ ଆମେ ଏହାରେ ଭୟଭିତ ହେବୁ ନାହିଁ’।

ଏହାସହ କେଜ୍ରିୱାଲ ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂ ଚନ୍ନୀଙ୍କୁ ନିଶାନା କରିଛନ୍ତି। ସେ କହିଛନ୍ତି, ଆମେ ଚନ୍ନୀଙ୍କ ପରି କାନ୍ଦିବୁ ନାହିଁ। କାରଣ ଆମେ କିଛି ଭୁଲ କରିନାହୁଁ। ଚନ୍ନୀ ଚିନ୍ତିତ ଅଛନ୍ତି କାରଣ ଚୁଲାଇବା ପାଇଁ ତାଙ୍କ ପଖରେ ବହୁତ କିଛି ରହିଛି। ୧୧୧ ଦିନରେ ସେ କଣ କରିଛନ୍ତି ଲୋକେ ତାହା ଜାଣିବାକୁ ଚାହୁଁଛନ୍ତି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।

Spread the love