ବାରମ୍ବାର ଆଙ୍ଗୁଠି ଫୁଟାଉଥିଲେ ହୋଇପାରେ ଆର୍ଥ୍ରାଇଟିସ୍ ସମସ୍ୟା

ଅନେକ ଲୋକଙ୍କୁ ଖାଲି କିମ୍ବା କିଛି କାମ କରୁଥିବା ସମୟରେ ଆଙ୍ଗୁଠି ଫୁଟାଇବାକୁ ଭଲ ଲାଗିଥାଏ । କିନ୍ତୁ ଧୀରେ ଧୀରେ ଏହା ଏକ ଖରାପ ଅଭ୍ୟାସରେ ପରିବର୍ତ୍ତନ ହୋଇଯାଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଆପଣଙ୍କର ଏହି ଅଭ୍ୟାସ ଆପଣଙ୍କ ଶରୀର ପାଇଁ ହୋଇପାରେ ହାନିକାରକ। ଏହା ଦ୍ୱାରା ଆପଣ ଅଜଣାତରେ ଦେଉଛନ୍ତି ରୋଗକୁ ନିମନ୍ତ୍ରଣ । ଆଙ୍ଗୁଠି ଫୁଟାଇବା ବହୁତ ଖରାପ ଅଭ୍ୟାସ । ଯଦି ଏହି ଅଭ୍ୟାସ ଦୀର୍ଘ ବର୍ଷ ଧରି ଲାଗି ରହେ ତେବେ ଭବିଷ୍ୟତରେ ଗୁରୁତର ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ଏପରି ତଥ୍ୟ ବିଷୟରେ କାନାଡା ୟୁନିଭର୍ସିଟି ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏଥିରୁ ଜଣାପଡିଛି ଯେ ଯଦି ଜଣେ ବ୍ୟକ୍ତି ଅଧିକ ସମୟ ଆଙ୍ଗୁଠି ଫୁଟାନ୍ତି ତେବେ ସେ ଆର୍ଥ୍ରାଇଟିସ୍ ପରି ସମସ୍ୟାର ସମ୍ମୁଖୀନ ହେବାର ଯଥେଷ୍ଟ ଆଶଙ୍କା ରହିଛି।

ସର୍ଭେ କରିବା ସମୟରେ ଉକ୍ତ ବିଶ୍ୱବିଦ୍ୟାଳୟର ସ୍ନାୟୁଶଲ୍ୟ ବିଶେଷଜ୍ଞମାନେ ଏପରି କଥା ଜାଣିପାରିଥିଲେ। ସର୍ଭେ ପରିସରଭୁକ୍ତ ବ୍ୟକ୍ତି ଯେଉଁମାନେ ଅଧିକାଂଶ ସମୟ ଆଙ୍ଗୁଠି ଫୁଟାଉଥିଲେ ସେମାନଙ୍କ ମଧ୍ୟରୁ ପାଖାପାଖି ୪୦ ପ୍ରତିଶତଙ୍କଠାରେ ଆର୍ଥ୍ରାଇଟିସ୍ର ପ୍ରାରମ୍ଭିକ ଲକ୍ଷଣ ଦେଖିବାକୁ ମିଳିଥିଲା। ତେଣୁ ଏଭଳି ଅଭ୍ୟାସରୁ ବିରତ ରହିବାକୁ ସେମାନେ ପରାମର୍ଶ ଦେଇଛନ୍ତି।

ତେବେ ଆସନ୍ତୁ ଜାଣିବା ଆଙ୍ଗୁଠି ଫୁଟାଇବା ଦ୍ୱାରା କ’ଣ କ’ଣ ସମସ୍ୟା ହୋଇଥାଏ…

ଆଙ୍ଗୁଠି ଫୁଟାଇବା ଏକ ଖରାପ ଅଭ୍ୟାସ । ଶରୀରର ଗଣ୍ଠିରେ ଏକ ଫ୍ଲୁଇଡ ରହିଥାଏ । ଯେବେ ଆପଣ ଆଙ୍ଗୁଠି ଫୁଟାଇ ଥାନ୍ତି ସେବେ ଫ୍ଲୁଇଡରୁ ଗ୍ୟାସ୍ ରିଲିଜ୍ ହୋଇଥାଏ ଓ ତା ଭିତରେ ଥିବା ବବଲ୍ସ ମଧ୍ୟ ଫୁଟିଥାଏ । ଏହି କାରଣ ଯୋଗୁଁ ଆଙ୍ଗୁଠି ଫୁଟାଇବା ଦ୍ୱାରା ଶବ୍ଦ ହୋଇଥାଏ ।ଅନେକ ଥର ଗଣ୍ଠିରୁ ଆପେ ଆପେ ଶବ୍ଦ ବାହାରିଥାଏ । ଏହା ସେତିକିବେଳେ ହୋଇଥାଏ, ଯେବେ ଆପଣ ବହୁତ ଜୋରରେ ମୁଭମେଣ୍ଟ କର ।

ବିଶେଷଜ୍ଞଙ୍କ କହିବା ମୁତାବକ, ଦୀର୍ଘ ସମୟ ଧରି ଆଙ୍ଗୁଠି ଫୁଟାଇବା ଦ୍ୱାରା ହାତର ଗ୍ରିପ ଷ୍ଟ୍ରେଥ ଉପରେ ପ୍ରଭାବ ପଡ଼ିଥାଏ ଓ ହାତ ଫୁଲିବାର ମଧ୍ୟ ସମ୍ଭାବନା । ସେଥିପାଇଁ ଆଙ୍ଗୁଠିକୁ ଅଧିକ ଫୁଟାଇବା ଉଚିତ୍ ନୁହେଁ ।

 

Spread the love