କଦାପି ଏହି ୩ ପ୍ରକୃତିର ଲୋକଙ୍କ ସହାୟତା କରନ୍ତୁ ନାହିଁ; ମାନସମ୍ମାନ ହାନି ସହ ଅସୁବିଧାରେ…

ମହାନ କୁଟନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରକୁ ନେଇ ପ୍ରସିଦ୍ଧ। ସେ ରାଜନୀତି ସହ ଅର୍ଥଶାସ୍ତ୍ରରେ ବିଶାରଦ ଥିଲେ। ସାମାଜିକ ବିଷୟବସ୍ତୁ ଉପରେ ମଧ୍ୟ ସେ ନିଜର ମତ ରଖୁଥିଲେ। ଆଜିବି ଚାଣକ୍ୟଙ୍କ ନୀତିକୁ ଅନୁସରଣ କଲେ ଜଣେ ମନୁଷ୍ୟ ଜୀବନରେ ଅସଫଳ ହେବେ ନାହିଁ ବୋଲି କୁହାଯାଏ।

ଚାଣକ୍ୟ କୁହନ୍ତି ଜୀବନରେ କେବେହେଲେ ୩ ପ୍ରକାର ଲୋକଙ୍କ ସହାୟତା କରିବ ନାହିଁ। କାରଣ ଏହାଦ୍ୱାରା ଯେ କେବଳ ମାନ-ସମ୍ମାନ ହାନି ହୋଇଥାଏ ତାହା ନୁହେଁ ବରଂ ଆପଣ ଅସୁବିଧାରେ ପଡ଼ିପାରନ୍ତି। ଆସନ୍ତୁ ଜାଣିବା:-

-ମୁର୍ଖ ବ୍ୟକ୍ତି: ଚାଣକ୍ୟ ଏକ ଶ୍ଳୋକରେ କହିଛନ୍ତି ମୁର୍ଖଙ୍କଠାରୁ ସର୍ବଦା ଦୂରେଇ ରୁହନ୍ତୁ। କାରଣ ଏଭଳି ଲୋକଙ୍କୁ ଜ୍ଞାନ ଦେବା ମଇଁଷି ଆଗରେ ବୀଣା ବଜାଇବା ସହ ସମାନ। ଯଦି ମୁର୍ଖ ବ୍ୟକ୍ତିର ଭଲ ବିଷୟରେ ଆପଣ ଚିନ୍ତା କରନ୍ତି ତେବେ ସେ ମୂଲ୍ୟହୀନ ଯୁକ୍ତି କରିଥାନ୍ତି। ମୁର୍ଖ ବ୍ୟକ୍ତିଙ୍କୁ ଜ୍ଞାନ ଦେବା ଅର୍ଥାତ ନିଜର ସମୟ ଏବଂ ଶକ୍ତି ସାରିବା ଛଡ଼ା ଆଉ କିଛି ନୁହେଁ।

-ନଷ୍ଟ ଚରିତ୍ରର ବ୍ୟକ୍ତି: ଚାଣକ୍ୟ କୁହନ୍ତି ନଷ୍ଟ ଚରିତ୍ରର ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ। କାରଣ ସେଭଳି ଲୋକ ସହ ବନ୍ଧୁ ହେଲେ ତୁମର ଚରିତ୍ରକୁ ଲୋକେ ସେହିଭଳି ଭାବିବେ। ଏଥିପାଇଁ ଚାଣକ୍ୟ ସର୍ବଦା ଏଭଳି ବ୍ୟକ୍ତିଙ୍କଠାରୁ ସବୁବେଳେ ଦୂରରେ ରହିବାକୁ ପରାମର୍ଶ ଦେଇଛନ୍ତି।

-କିଛି କଥା ନ ଥାଇ ଦୁଃଖୀ ହେଉଥିବା ବ୍ୟକ୍ତି: ଚାଣକ୍ୟ କୁହନ୍ତି ବିନା କାରଣରେ ଦୁଃଖୀ ରହୁଥିବା ବ୍ୟକ୍ତି ସର୍ବଦା ଅନ୍ୟର ସଫଳତା ଦେଖି ଈର୍ଷା କରିଥାନ୍ତି। ସେ ସମସ୍ତଙ୍କୁ ପଛରେ ରଖିବାକୁ ଚେଷ୍ଟା କରିଥାନ୍ତି। ଏଥିପାଇଁ ଚାଣକ୍ୟ କୁହନ୍ତି ଏଭଳି ବ୍ୟକ୍ତିଙ୍କଠାରୁ ଦୂରରେ ରୁହନ୍ତୁ। କାରଣ ଏମାନେ ଅନ୍ୟର ଫାଇଦା ଉଠାଇବା ଭଲ ଭାବେ ଜାଣନ୍ତି। କାମ ହୋଇଯିବା ପରେ ସେ ଆପଣଙ୍କୁ ଛାଡ଼ି ଦେଇ ପାରନ୍ତି।

Spread the love