ନେଭିକୁ ଶୀଘ୍ର ମିଳିବ ଆଣ୍ଟି ଡ୍ରୋନ ସିଷ୍ଟମ, ବିକଶିତ କରିବ ଡିଆରଡିଓ

ନୂଆଦିଲ୍ଲୀ ୩୧।୦୮: ଭାରତ ସାଂପ୍ରତିକ ସ୍ଥିତିକୁ ଦେଖି ନିଜର ସାମରିକ ଶକ୍ତି ମଜବୁତ କରିବାରେ ଲାଗିଛି। ଏହି କ୍ରମରେ ଆଉ ଏକ ପଦକ୍ଷେପ ସ୍ଵରୂପ ମଙ୍ଗଳବାର ଭାରତ ଇଲେକ୍ଟ୍ରୋନିକ ଲିମିଟେଡ୍ ସହିତ ଚୁକ୍ତିନାମା କରିଛି। ଏହାରି ଆଧାରରେ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ସ୍ଵଦେଶୀ ଜ୍ଞାନ କୌଶଳରେ ନାଭାଲ ଆଣ୍ଟି ଡ୍ରୋନ ସିଷ୍ଟମ(NADS) ବିକଶିତ କରିବ। ଏହାକୁ ହାର୍ଡ କିଲ୍ ଓ ସଫ୍ଟ କିଲ୍ ଦୁଇ କ୍ଷମତା ବିଶିଷ୍ଟ ଭର୍ସନରେ ତିଆରି କରାଯିବ।

ହାର୍ଡ କିଲ୍ ଆଣ୍ଟି ଡ୍ରୋନ ସିଷ୍ଟମରେ ଆଣ୍ଟି ଏୟାରକ୍ରାଫ୍ଟ ଯୁଦ୍ଧାସ୍ତ୍ର ବି ରହିଥାଏ। ସେହି ପରି ସଫ୍ଟ କିଲ୍ ଡ୍ରୋନ ସିଷ୍ଟମର ବ୍ୟବହାର ଇନଫ୍ରାରେଡ୍‌କୁ ଧରିବା ପାଇଁ ବ୍ୟବହାର କରାଯାଏ। NADS ସହଜରେ ମାଇକ୍ରୋ ଡ୍ରୋନକୁ ଡିରେକ୍ଟ ଓ ଜାମ କରିବାରେ ସକ୍ଷମ। ଏଥିରେ ଲେଜର ଆଧାରିତ କିଲିଙ୍ଗ ମେକାନିଜିମ୍ ବ୍ୟବହାର କରାଯାଏ। NADSକୁ ଡିଆରଡିଓ ବିକଶିତ କରିଛି। ଏହାର ଉତ୍ପାଦନ ଭାରତ ଇଲେକ୍ଟ୍ରୋନିକ ଲିମିଟେଡ୍ କରିବ।

Spread the love