ଆରବିଆଇ ଜାରିକଲା ନୂଆ 20ଟଙ୍କିଆ ନୋଟ, ଜାଣନ୍ତୁ କ’ଣ ରହିଛି ବିଶେଷତ୍ୱ

ଭାରତୀୟ ରିଜର୍ଭ ବ୍ୟାଙ୍କ ନୂଆ ରୂପରେ 20 ଟଙ୍କିଆ ନୋଟ ଜାରି କରିଛି । ଏହି ନୋଟ ଟି ପୁରୁଣା ନୋଟ ଠାରୁ  ସମ୍ପର୍ଣ୍ଣ ଭିନ୍ନ । ଏହାର ରଙ୍ଗ ସବୁଜ ଏବଂ ହଳଦିଆ ମିଶା । ଏପ୍ରିଲ 26 ତାରିଖରେ ଆରବିଆଇ ଏହି ନୋଟକୁ ଜାରି କରିଛି । ନୂତନ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶଙ୍କ ଏଥିରେ ହାସ୍ତାକ୍ଷର ରହିଛି । ଏହି ନୋଟର ମଝିରେ ଜାତୀୟ ପିତା ମହାତ୍ମାଗାନ୍ଧୀଙ୍କ ଛବି ରହିଛି । ଏହାସହ ଆରବିଆଇର ହଲୋ ମାର୍କ  ମଝିରେ ରହିଛି । ନୋଟ ସାରା ଓ୍ବାଟର ମାର୍କ ରହିଛି ।  ନୋଟର ଯେଉଁସ୍ଥାନରେ  ଶୂନ୍ୟସ୍ଥାନ ରହିଛି ସେହିସବୁ ସ୍ଥାନରେ ଫୁଲ ସଦୃଶ ଚିତ୍ର ରହିଛି । ଯେ କୌଣସି ଲାଇଟର ବୀପରିତ ଦିଗରେ ରଖିଲେ ଏହା ସ୍ପଷ୍ଟଭାବେ ଜାଣିହେବ ।  ନୋଟରେ ମାଇକ୍ରୋ ଅକ୍ଷରେ ହିନ୍ଦୀରେ  ଭାରତ ଓ  ଇଣ୍ଡିଆ ଲେଖା ରହିଛି ।  ନୋଟରେ ପଛପଟେ ଏଲୋରା ଗୁମ୍ଫାର ଚିତ୍ର ରହିଛି । ଏବଂ ଭାରତର ବିଭିନ୍ନ ଭାଷାରେ ଲେଖା ରହିଛି। ଏହି 20ଟଙ୍କିଆ ନୂଆ ନୋଟକୁ ଆପେକ୍ଷା ରହିଛି ।

Spread the love