ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ ବୋମ୍ମାଇ
କର୍ଣ୍ଣାଟକକୁ ମିଳିଲା ନୂଆ ମୁଖିଆ । ଆଜି ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ ବୋମ୍ମାଇ । ତାଙ୍କୁ ପଦ ଓ ଗୋପନୀୟତାର ଶପତପାଠ କରାଇଛନ୍ତି ରାଜ୍ୟପାଳ ଥାବର ଚନ୍ଦ୍ର ଗେହଲଟ । ଗତକାଲି ବାସବରାଜ ବୋମ୍ମାଇଙ୍କୁ ଭାରତୀୟ ଜନତା ପାର୍ଟି (ବିଜେପି) ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ସହିତ ବୋମ୍ମାଇଙ୍କ ନାମ ମୁଖ୍ୟମନ୍ତ୍ରୀ ହୋଇଥିବା ପିତା-ପୁତ୍ର ଯୋଡ଼ିରେ ସାମିଲ ହୋଇଗଲା ।