କାଲିର ଆଲୋଚନା ପୂର୍ବରୁ କେନ୍ଦ୍ରକୁ ଚରମବାଣୀ ଶୁଣାଇଲେ ଚାଷୀ

ନୂଆଦିଲ୍ଲୀ: ଦୀର୍ଘ ୭ ଦିନ ହେଲା କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ସହ ମୋଦି ସରକାର ଆସନ୍ତାକାଲି ପୁଣି ବୈଠକ କରିବେ। ମଙ୍ଗଳବାର ବି କେନ୍ଦ୍ର ଓ ଚାଷୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ହେଲେ ଏଥିରୁ କୌଣସି ସୁଫଳ ମିଳି ନଥିଲା। ଆସନ୍ତକାଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଦିନ ୧୨ଟାରେ ଦିଲ୍ଲୀର ବିଜ୍ଞାନ ଭବନରେ ଚାଷୀ ସଂଗଠନର ପ୍ରତିନିଧିମାନଙ୍କ ସହ ବୈଠକ କରିବେ।

ତେବେ ଆସନ୍ତାକାଲିର ବୈଠକ ପୂର୍ବରୁ ଚାଷୀମାନେ ଆଜି ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କୁ ଚରମବାଣୀ ଶୁଣାଇଛନ୍ତି। ଆସନ୍ତାକାଲି କେନ୍ଦ୍ର ସରକାରଙ୍କ ପାଖରେ ନିଷ୍ପତ୍ତି ନେବାର ସୁଯୋଗ ରହିଛି ବୋଲି ସେମାନେ କହିଛନ୍ତି। କେନ୍ଦ୍ର ସରକାର ଯେମିତି ହେଲେ ବି ନୂଆ କୃଷି ଆଇନକୁ ପ୍ରତ୍ୟାହାର କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି। ଚାଷୀମାନେ ଆହୁରି କହିଛନ୍ତି ଯେ ଚାଷୀ କୃଷି ଆଇନ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାର ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକନ୍ତୁ।

Spread the love