ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ବିଭିନ୍ନ ରାଜ୍ୟର ରାଜ୍ୟପାଳ ନିଯୁକ୍ତ

ନୂଆଦିଲ୍ଲୀ ୬/୭ : ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ବିଭିନ୍ନ ରାଜ୍ୟର ରାଜ୍ୟପାଳଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି । ଥାବର ଚାନ୍ଦ ଗେହଲଟ ହେଲେ କର୍ଣ୍ଣାଟକ ରାଜ୍ୟପାଳ । ମିଜୋରାମ ରାଜ୍ୟପାଳ ହେଲେ ହରି ବାବୁ କୁମ୍ଭମପତି । ମଧ୍ୟପ୍ରଦେଶ ମଙ୍ଗୁ ଭାଇ ଛଗନ ଭାଇ ପଟେଲ ହେଲେ ମଧ୍ୟପ୍ରଦେଶ ରାଜ୍ୟପାଳ । ରାଜେନ୍ଦ୍ର ବିଶ୍ୱନାଥ ଆଲରେକର ହେଲେ ହିମାଚଳ ପ୍ରଦେଶ ରାଜ୍ୟପାଳ । ଏ ସମସ୍ତଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ହରିୟାଣା ରାଜ୍ୟପାଳ ହେଲେ ବନ୍ଦାରୁ ଦତ୍ତାତ୍ରେୟ ଓ ଗୋଆ ରାଜ୍ୟପାଳ ଭାବେ ନିଯୁକ୍ତି ହୋଇଛନ୍ତି ପୀ ଶ୍ରୀଧରନ । ସେହିଭଳି ରମେଶ ବୈସଙ୍କୁ ଝାଡଖଣ୍ଡ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ସତ୍ୟଦେବ ନାରାୟଣ ହେଲେ ତ୍ରିପୁରା ରାଜ୍ୟପାଳ ।

Spread the love