ତ୍ରିପୁରାରେ ଆଜିଠୁ ନୂଆ ସରକାର

ତ୍ରିପୁରାରେ ମାଣିକ ସାହା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହି ଶପଥ ଗ୍ରହଣ ସମାରୋହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ଥିଲେ। ମାଣିକ ସାହାଙ୍କୁ ସୋମବାର ସର୍ବସମ୍ମତି କ୍ରମେ ବିଧାୟକଙ୍କ ନେତା ଭାବରେ ନିର୍ବାଚିତ କରାଯାଇଥିଲା।ମାଣିକ ସାହାଙ୍କ ସମେତ ମୋଟ ୯ ଜଣ ବିଧାୟକ ମନ୍ତ୍ରୀ ପଦର ଶପଥ ନେଇଥିଲେ। ରାଜ୍ୟପାଳ ଏସ.ଏନ୍ ଆର୍ଯ୍ୟ ମାଣିକ ସାହାଙ୍କୁ ରାଜ୍ୟର ଦ୍ୱାଦଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇଥିଲେ। ସେପଟେ ତ୍ରିପୁରା କଂଗ୍ରେସ ନିର୍ବାଚନ ପରେ ହୋଇଥିବା ହିଂସାକୁ ଦର୍ଶାଇ ଶପଥ ଗ୍ରହଣ ସମାରୋହକୁ ବହିଷ୍କାର କରିଛି।

ନିକଟରେ ତ୍ରିପୁରାରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​ବିଜେପି ୬୦ ସଦସ୍ୟ ବିଶିଷ୍ଟ ଗୃହରେ ୩୨ ଆସନ ଜିତିଥିଲା। ଯେତେବେଳେ କି, ଏହାର ସହଯୋଗୀ ଆଇପିଏଫଟି ଗୋଟିଏ ଆସନ ହାସଲ କରିବାରେ ସଫଳ ରହିଥିଲା। ରାଜ୍ୟରେ ୮୧.୧ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି।

Spread the love