ନୂଆ ଭାରତ ନିର୍ମାଣ ପାଇଁ ଉର୍ଜାର ସ୍ଥାୟୀଭିତିଭୂମି ନିର୍ମାଣ ଜରୁରୀ – ଧର୍ମେନ୍ଦ୍ର ପ୍ରଧାନ

ନୂଆ ଭାରତ ନିର୍ମାଣ କରିବା ଦିଗରେ ଉର୍ଜାର ଏକ
ସ୍ଥାୟୀ ଭିତିଭୂମି ନିର୍ମାଣ କରିବାର ଆବଶ୍ୟକତା ରହିଛି । ଯଦ୍ୱାରା ସମସ୍ତଙ୍କର ଉର୍ଜା ଆବଶ୍ୟକତାକୁ ପୂରଣ କରାଯାଇପାରିବ ବୋଲି ଶନିବାର ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ୧୦ତମ ବିଶ୍ୱ ପେଟ୍ରୋକୋଲ୍ କଂଗ୍ରେସର ଉଦଘାଟନ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ସରକାରଙ୍କ ଉର୍ଜା ନୀତି ଉର୍ଜାର ଉପଲବ୍ଧି, ସ୍ଥାୟୀ ଉର୍ଜା, ଦକ୍ଷତା, କ୍ଷମତା ଓ ଉର୍ଜା ସୁରକ୍ଷା ଉପରେ ଆଧାରିତ । ଏହି ୫ଟି ପ୍ରମୁଖ ସ୍ତର ଦେଶର ସାଧାରଣ ଜନତାଙ୍କ ଉର୍ଜା ନ୍ୟାୟକୁ ସୁନିଶ୍ଚିତ କରିବାର ମାର୍ଗ ଦେଖାଉଛି । ଆଗାମୀ ଦିନ ମାନଙ୍କରେ ଭାରତର ଉର୍ଜା ବ୍ୟବହାର ବୃଦ୍ଧି ହେବା ନିଶ୍ଚିତ । ଭାରତ ଆଗାମୀ ଦଶନ୍ଧି ପର୍ଯ୍ୟନ୍ତ ଆମେରିକା ଏବଂ ଚୀନକୁ ପଛରେ ପକାଇ ଉର୍ଜାର ପ୍ରମୁଖ ଉପଭୋକ୍ତା ରାଷ୍ଟ୍ର ହେବା ଦିଗରେ ଅଗ୍ରସର ହେଉଛି ।

ଭାରତର ଉର୍ଜା ବ୍ୟବହାର ୨୦୩୫ ସୁଦ୍ଧା ୪.୨ ପ୍ରତିଶତର ସିଏଜିଆରରେ ବୃଦ୍ଧି ହେବାର ସମ୍ଭାବନା ରହିଛି । ଦେଶର ଭବିଷ୍ୟତର ଉର୍ଜା କ୍ଷେତ୍ର ନୂଆ ଟେକ୍ନୋଲୋଜି ଏବଂ ବ୍ୟବସାୟିକ ମଡେଲ୍ ଦ୍ୱାରା ପରିଚାଳିତ ହେବ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଉର୍ଜାର ବିଭିନ୍ନ ସ୍ରୋତକୁ ସାମିଲ କରିବା ତଥା ଉର୍ଜାର ପରିବର୍ତନ ମାଧ୍ୟମରେ ଭାରତକୁ ୨୦୨୪ ସୁଦ୍ଧା ୫ ଟ୍ରିଲିୟନ ଅର୍ଥବ୍ୟବସ୍ଥା କରିବା ଆମର ଲକ୍ଷ୍ୟ ରହିଛି । ଦେଶକୁ ଗ୍ୟାସ ଆଧାରିତ ଅର୍ଥନୀତିକୁ ପରିବର୍ତନ କରିବାରେ ଅନେକ ପଦକ୍ଷେପ ନିଆଯାଇଛି । ନିକଟରେ ହୋଇଥିବା
୧୦ତମ ସିଜିଡି ବିଡିଂ ପ୍ରକ୍ରିୟା ଦେଶର ଜନସଂଖ୍ୟାର ପ୍ରାୟ ୭୦ ପ୍ରତିଶତ ଏବଂ ୪୦୦ରୁ ଅଧିକ ଜିଲ୍ଲାରେ ପ୍ରାକୃତିକ ଗ୍ୟାସ ପହଁଚାଇବାରେ ସହାୟକ ହେବ । ସେହିପରି ଦେଶରେ ଗ୍ୟାସ ଭିତିଭୂମିକୁ ଆହୁରି ସଦୃଢ କରିବା ପାଇଁ ୬୦ ବିଲିୟନ ଡଲାର ପୁଞ୍ଜିନିବେଶ କରାଯିବାର ଆକଳନ କରାଯାଇଛି । ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ‘ଗୋଟିଏ ଦେଶ ଗୋଟିଏ ଗ୍ରୀଡ’ ସିଦ୍ଧାନ୍ତରେ କାର୍ଯ୍ୟ କରୁଛି ।
୨୦୨୪ ସୁଦ୍ଧା ଭାରତ ସମଗ୍ର ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ୧୦୦ ବିଲିୟନ ଡଲାର ପୁଞ୍ଜିନିବେଶ କରିବ । ଯାହା ଦେଶର ଉର୍ଜା ଦୃଶ୍ୟପଟ୍ଟକୁ ପରିବର୍ତନ କରିବ ।  ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶର ତୈଳ କମ୍ପାନୀମାନେ ଗବେଷଣା ଓ ବିକାଶ କ୍ଷମତା ନିର୍ମାଣରେ ବହୁତ ସକ୍ରିୟ ଅଛନ୍ତି । ସେ ଆହୁରି କହିଛନ୍ତି ଯେ ଆମେ ଯେତେ ଶିଳ୍ପ ବିପ୍ଳବ ୪.୦ର ନିକଟତର ହେଉଛେ,
ଡିଜିଟାଲ ଟେକ୍ନୋଲୋଜି ସେତେ ମାତ୍ରାରେ ଉର୍ଜା କ୍ଷେତ୍ରକୁ ଅଧିକ ପରିବର୍ତନ କରୁଛି । ଅଧୁନା ଉନ୍ନତମାନର ଆନାଲେଟିକ୍‌, ରୋବୋକ୍ଟିକ୍ସ, ଅଟୋମେସନ, କ୍ଲାଉଡ କମ୍ପ୍ୟୁଟିଂ ଏବଂ ଟେକ୍ନୋଲୋଜି ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ମୂଲ୍ୟ ଶୃଙ୍ଖଳାରେ ବଡ ପ୍ରଭାବ ପକାଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଭାରତ ସରକାର ଉର୍ଜାର ପରିବର୍ତନ ପାଇଁ କ୍ରମାଗତ ଭାବେ ରିଫର୍ମ,ଫରଫମ୍ ଏବଂ ଟ୍ରାନ୍ସଫର୍ମର ମନ୍ତ୍ର ଦିଗରେ ଗୁରୁତ୍ୱ ଦେଉଥିବା ଶ୍ରୀ  ପ୍ରଧାନ କହିଛନ୍ତି ।

Spread the love